Latest Odisha News

BREAKING NEWS

ଏସିଆ କପ ହକି: ଭାରତୀୟ ଦଳର ନେତୃତ୍ୱ ନେବେ ବୀରେନ୍ଦ୍ର

ଭୁବନେଶ୍ୱର: ଜାକାର୍ତାରେ ହେବାକୁ ଥିବା ଏସିଆ କପ ହକିରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେବେ । ନିୟମିତ ଅଧିନାୟକ ତଥା ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯିବା ଫଳରେ ବୀରେନ୍ଦ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏସଭି ସୁନୀଲ କୁମାର ଉପ ଅଧିନାୟକ ହେବେ । ଚାମ୍ପିୟନ ଭାରତ ତାର ଅଭିଯାନ ମେ ୨୩ରେ ପାକିସ୍ତାନ ବିରୋଧରେ ଆରମ୍ଭ କରିବ । ପାକିସ୍ତାନ ବ୍ୟତୀତ ଭାରତ ସହ ପୁଲ ଏରେ ମାଲେସିଆ, ଦକ୍ଷିଣ ଆଫ୍ରିକା, ଓମାନ ଓ ବାଂଲାଦେଶ ରହିଛନ୍ତି । ଘୋଷିତ ୨୦ ଜଣିଆ ଦଳରେ ରୂପିନ୍ଦରଙ୍କ ସ୍ଥାନରେ ନୀଲମ ସଞ୍ଜୀପ ଖେସଙ୍କୁ ସୁଯୋଗ ମିଳିଛି । ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂଙ୍କୁ ଦଳର କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଭାରତୀୟ ଦଳ
ଡିଫେଣ୍ଡର: ନିଲମ ସଞ୍ଜୀପ ଖେସ, ୟଶଦୀପ ସିୱାଚ, ଅଭିଷେକ ଲାକ୍ରା, ବୀରେନ୍ଦ୍ର ଲାକ୍ରା (ଅଧିନାୟକ), ମନଜିତ, ଦୀପଶାନ ତିର୍କୀ
ମିଡଫିଲ୍ଡର: ବିଷ୍ଣୁକାନ୍ତ ସିଂ, ରାଜ କୁମାର ପାଲ, ମାରୀସ୍ୱରେନ ସାକେଥିଲେ, ଶେଷ ଗୌଡା ବିଏମ, ସିମ୍ରନଜିତ ସିଂ
ଫରୱାର୍ଡ: ପୱନ ରାଜଭର, ଆବ୍ରାହାନ ସୁଦେବ, ଏସଭି ସୁନୀଲ(ଉପ ଅଧିନାୟକ), ଉତମ ସିଂ, ଏସ.କରତି ।
ଗୋଲକିପର: ପଙ୍କଜ କୁମାର ରଜକ, ସୁରଜ କରକେରା
ବଦଳ ଖେଳାଳି: ମନୀନ୍ଦର ସିଂ

Leave A Reply

Your email address will not be published.