Latest Odisha News

BREAKING NEWS

ଚୋରି ପୂର୍ବରୁ ଲକର ପୂଜା କଲା ସଂସ୍କାରୀ ଚୋର

କୋଲାମ: ଏହି ଦୁନିଆର ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ସେ ଭଳି ଏକ ବିଚିତ୍ର ବ୍ୟକ୍ତି କେରଳର କୋଲାମ ଜିଲ୍ଲାରେ ମିଳିଛନ୍ତି । ସଂସ୍କାରୀ ଚୋର ଭାବେ ପରିଚୟ ହାସଲ କରିଥିବା ଏହି ଚୋରର ଚୋରୀ ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରିପୋର୍ଟ ମୁତାବକ ଏକ ଘରୋଇ ଫାଇନାନ୍ସ ଫାର୍ମରେ ଜଣେ ଚୋର ୩୪ ଲକ୍ଷ ଟଙ୍କାର ସୁନା ଓ ନଗଦ ଅର୍ଥ ଚୋରୀ କରି ଛୁ ହୋଇଯାଇଛି । ଚୋରି କରିବା ପୂର୍ବରୁ ଏହି ଚୋର ଲକରକୁ ପୂଜା କରିଥିବା ପ୍ରମାଣ ମିଳିଛି । ପାନପତ୍ର, ଫୁଲ, ଲେମ୍ବୁ ଏବଂ ଅନ୍ୟ ପୂଜା ସାମଗ୍ରୀ ସେଠାରେ ପଡି ରହିଥିଲା । ସେହି ସ୍ଥାନରୁ ଏକ ପତ୍ର ମଧ୍ୟ ମିଳିଛି । ସେଥିରେ ଲେଖା ହୋଇଛି ମୁଁ ଭାରୀ ମାରାତ୍ମକ ମୋତେ ଖୋଜିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।

ଏହି ଫାର୍ମର ମାଲିକ ରାମଚନ୍ଦ୍ରନ ନାୟାର ଚୋରର ଏ ଭଳି କାର୍ଯ୍ୟ ନେଇ ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ପୋଲିସ ଏବେ ଏହି ସଂସ୍କାରୀ ଚୋରକୁ ଧରିବା ପାଇଁ ଜୋର ସୋରରେ ଉଦ୍ୟମ ଆରମ୍ଭ କରିଦେଇଛି । ମନୋରୋମା ଅନଲାଇନରେ ଏହି ଖବର ପ୍ରକାଶ ପାଇବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା ।

Leave A Reply

Your email address will not be published.