ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖରିଫ ଫସଲର ଏମଏସପି ମୂଲ୍ୟ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସରକାର ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଥିବା କୁହାଯାଉଛି ।
୨୦୨୨-୨୩ ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ଟଙ୍କା ସାଧାରଣ ଧାନ 1940 ଟଙ୍କାରୁ 2040 ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିପରି ଗ୍ରେଡ ଏ ଧାନ 1960 ଟଙ୍କାରୁ 2060 ଟଙ୍କାକୁ ବୃଦ୍ଧି କରିଛନ୍ତି । ହାଇବ୍ରିଡ ଧାନ 2738ରୁ 2970 ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଫସଲ | ଏମଏସପି 2014-15 | ଏମଏସପି 2021-22 | ଏମଏସପି 2022-23 | ଉତ୍ପାଦନ ଖର୍ଚ୍ଚ* 2022-23 | ଏମଏସପିରେ ବୃଦ୍ଧି
(ସମ୍ପୂର୍ଣ୍ଣ) |
ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ
(ପ୍ରତିଶତରେ) |
|
ଧାନ (ସାଧାରଣ) | 1360 | 1940 | 2040 | 1360 | 100 | 50 | |
ଧାନ (ଗ୍ରେଡ୍ ଏ)^ | 1400 | 1960 | 2060 | – | 100 | – | |
ଯଅ (ହାଇବ୍ରିଡ୍) | 1530 | 2738 | 2970 | 1977 | 232 | 50 | |
ଯଅ (ମାଲଦାଣ୍ଡି) ^ | 1550 | 2758 | 2990 | – | 232 | – | |
ବାଜରା | 1250 | 2250 | 2350 | 1268 | 100 | 85 | |
ମାଣ୍ଡିଆ | 1550 | 3377 | 3578 | 2385 | 201 | 50 | |
ମକା | 1310 | 1870 | 1962 | 1308 | 92 | 50 | |
ହରଡ଼ | 4350 | 6300 | 6600 | 4131 | 300 | 60 | |
ମୁଗ | 4600 | 7275 | 7755 | 5167 | 480 | 50 | |
ବିରି | 4350 | 6300 | 6600 | 4155 | 300 | 59 | |
ଚିନାବାଦାମ | 4000 | 5550 | 5850 | 3873 | 300 | 51 | |
ସୂର୍ଯ୍ୟମୁଖୀ ମଞ୍ଜି | 3750 | 6015 | 6400 | 4113 | 385 | 56 | |
ସୋୟାବିନ (ହଳଦିଆ) | 2560 | 3950 | 4300 | 2805 | 350 | 53 | |
ରାଶି | 4600 | 7307 | 7830 | 5220 | 523 | 50 | |
କଳାରାଶି | 3600 | 6930 | 7287 | 4858 | 357 | 50 | |
କପା (ମଧ୍ୟମ ଷ୍ଟେପଲ) | 3750 | 5726 | 6080 | 4053 | 354 | 50 | |
କପା (ସାଧାରଣ ଷ୍ଟେପଲ)^ | 4050 | 6025 | 6380 | – | 355 | – |
ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି । ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବାଜରା, ହରଡ଼, ବିରି, ସୂର୍ଯ୍ୟମୁଖି ମଞ୍ଜି, ସୋୟାବିନ ଏବଂ ଚିନାବାଦାମର ଏମଏସପି ଉପରେ ଲାଭ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ୫୦ ପ୍ରତିଶତ ଅଧିକ ନିର୍ଦ୍ଧାରଣ କରାଯାଇଛି ଯାହାକି ଯଥାକ୍ରମେ : ୮୫%, ୬୦%, ୫୯%, ୫୬%, ୫୩% ଏବଂ ୫୧% ରଖାଯାଇଛି ।
ବିଗତ କିଛି ବର୍ଷ ମଧ୍ୟରେ ଏମଏସପିକୁ ତୈଳବୀଜ, ଡାଲି ଏବଂ ମୋଟା ଶସ୍ୟ କ୍ଷେତ୍ରରେ ପୁନଃସଂଗଠିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଛି । ଏହି ଫସଲ ଅମଳ ପାଇଁ ଚାଷୀମାନଙ୍କୁ ବିସ୍ତୃତ କ୍ଷେତ୍ରକୁ ନେଇଯିବା ଏବଂ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କୃଷି ପଦ୍ଧତି ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ, ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୪.୫୧ ନିୟୁତ ଟନ୍ ହେବା ନେଇ ପୂର୍ବାନୁମାନ କରାଯାଇଛି ।
Comments are closed.