ପ୍ରୟାଗରାଜ: ପ୍ରୟାଗରାଜରେ ୧୦ଜୁନରେ ହୋଇଥିବା ହିଂସାର ମାଷ୍ଟର ମାଇଣ୍ଡ ଜାଭେଦ ଓରଫ ପଂପର ଘର ମାଟିରେ ମିଶିଛି । ବଳିଷ୍ଠ ପ୍ରମାଣ ହସ୍ତଗତ ହେବା ପରେ ବାବାଙ୍କ ବୁଲଡୋଜର ଜାଭେଦର ଘର ଆଡେ ମୁହାଁଇଥିଲା । ପ୍ରଶାସନର ପାଖାପାଖି ୫ ଘଂଟାର ପରିଶ୍ରମ ପରେ ଏହାକୁ ମାଟିରେ ମିଶାଇବାରେ ସଫଳ ହୋଇଥିଲା । ଶୁକ୍ରବାର ପରେ ଶନିବାର ଆସେ ବୟାନ ଏହାର ବଳିଷ୍ଠ ପ୍ରମାଣ । ବୁଲଡୋଜର ଘରକୁ ଭାଙ୍ଗିବା ପୂର୍ବରୁ ଆସବାବପତ୍ର ହଟାଇବା ପାଇଁ ଅନୁମତି ଦେଇଥିଲେ । ଘର ଭଙ୍ଗାଯିବା ବେଳେ ଆମ୍ବୁଲାନ୍ସ ଓ ଫାୟାରବ୍ରିଗେଡ ଗାଡି ଘଟଣାସ୍ଥଳରେ ଉପସ୍ଥିତ ଥିଲା ।
ଅଭିଯୁକ୍ତର ଘରୁ ୧୨ ବୋର ଓ ୩୧୫ ବୋରର ପିସ୍ତଲ ସମେତ କାରତୁସ ମଧ୍ୟ ପୋଲିସ ଜବତ କରିଛି । ଏହାର ଯାଂଚ କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ସ୍ଥାନୀୟ ପୋଲିସ ଅଟାଳା ମସଜିଦର ଇମାମ ଅଲୀ ଅହମ୍ମଦକୁ ଗିରଫ କରିଛି । ତେବେ ଏସପି ଅଜୟ କୁମାର ଏହି ଖବରକୁ ଖଣ୍ଡନ କରିଛନ୍ତି । ଏହି ହିଂସା କାଣ୍ଡରେ ସମ୍ପୃକ୍ତ କେତେକ ଅଭିଯୁକ୍ତ ଘରୁ ଲୁଚି କରି ପଳାଇ ଯାଇଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି । ୩୦୪ ବ୍ୟକ୍ତି ଗିରଫ ହୋଇଥିବା ବେଳେ ୩୬ଜଣଙ୍କ ଘର ଉପରେ ବୁଲଡୋଜର ଚାଲିବ ବୋଲି ପ୍ରଶାସନ ପକ୍ଷରୁ ପରିବାରବର୍ଗଙ୍କୁ ସୂଚନା ଦିଆଯାଇ ସାରିଛି ।
Comments are closed.