Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ରଥଯାତ୍ରା ପାଇଁ ଗଡ଼ିବ ୨ ଶହ ଟ୍ରେନ୍

ପୁରୀ: ଖୁବଶୀଘ୍ର ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ୨ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି । ଏଥିପାଇଁ ପୁରୀରେ ବିମାନ ବନ୍ଦର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଭୁବନେଶ୍ୱରରୁ ପୁରୀକୁ ବିଶ୍ୱସ୍ତରୀୟ ଟ୍ରେନ୍ ଚାଲିବ । ଯାତ୍ରୀ ମାନେ ଆରାମ ଦାୟକ ଯାତ୍ରା କରି ପାରିବେ । ପୁରୀ ରେଲୱେ ଷ୍ଟେସନର ଡିଜାଇନ୍ ସ୍ଥାନୀୟ ଐତିହ୍ୟ କଳାକୃତିକୁ ନେଇ ହେବ । ରଥ ଯାତ୍ରା ପାଇଁ ରେଲୱେ ପକ୍ଷରୁ  ପୁରୀକୁ ୨ ଶହରୁ ଅଧିକ ଟ୍ରେନ୍ ଚାଲିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ଯାତ୍ରୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ଖାଦ୍ୟ ବିତରଣ ବ୍ୟବସ୍ଥା କରିବ ଭାରତୀୟ ରେଳବାଇ ।

ଆସନ୍ତା ୨୦୨୪ ସୁଦ୍ଧା ପୁରୀ ରେଲୱେ ଷ୍ଟେସନର ନିର୍ମାଣ କାର୍ଯ୍ୟ ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଦିନକୁ ଦିନ ଶ୍ରୀକ୍ଷେତ୍ରକୁ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ବେଳେ ସୁବିଧା ପ୍ରଦାନ ପାଇଁ ସବୁ ପଦକ୍ଷେପ ନିଆଯାଉ ଥିବା ରେଳମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.