Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟରୁ କେବେ ଉଠିବ ପରଦା ?

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ ।

ତ୍ରିକୋଣୀୟ ପ୍ରେମ ସମ୍ପର୍କ କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସିଧା ସଳଖ ଅଭିଯୋଗ କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଂକେତ ପାଟଣା ଗାଁର ରଞ୍ଜନ ଓଝା ଙ୍କ ଝିଅ ରଶ୍ମିରେଖା  ।  ୫ବର୍ଷ ହେବ ଭୁବନେଶ୍ୱରରେ ରହି ବିଭିନ୍ନ ଆଲବମ ଓ ସିରିଏଲ ରେ ଅଭିନେତ୍ରୀ ଭାବରେ କାମ କରୁଥିଲେ ।

ତେବେ ଘଟଣାକୁ ୫ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି ରହିଛି। ଅନ୍ୟପଟରେ ରଶ୍ମିରେଖା ର ସୁଇସାଇଡ଼ ନୋଟ ରେ ରଶ୍ମିରେଖା ର ଅକ୍ଷର ନୁହେଁ ବୋଲି ଅଭିଯୋଗ କରିଛନ୍ତି ରଶ୍ମିରେଖାର ଭାଇ ଜୀବନ ।

ଅନ୍ୟପକ୍ଷରେ ସନ୍ତୋଷ ଓ ରଶ୍ମିଙ୍କ ପୂର୍ବତନ ପ୍ରେମିକ ରାଜାକୁ ପଚରାଉଚରା କରିବ ପୋଲିସ । ମୋବାଇଲ ଡିଟେଲ୍ସ ସହ ଫେସବୁକ, ହ୍ବାଟ୍ସଆପରେ ରଶ୍ମିରେଖାଙ୍କ ବାବଦରେ ତଥ୍ୟ ମାଗିଛି ପୋଲିସ । ଆତ୍ମହତ୍ୟାର ୫ ଦିନ ପୂର୍ବରୁ ମଧ୍ୟ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ରଶ୍ମି । କାହିଁକି କେଉଁ କଥାକୁ ନେଇ ରଶ୍ମି ମାନସିକ ଚାପରେ ଥିଲେ  । ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ତଦନ୍ତ ଜୋରଦାର କରାଯାଇ ଘଟଣାର ଖୁବଶିଘ୍ର ପର୍ଦ୍ଦଫାଶ କରାଯିବ ବୋଲି ଜଣାଯାଇଛି।

ଅଭିନେତ୍ରୀ ଜଣକ କୌଣସି ମାନସିକ ଚାପରେ ଥିଲେ ନା ତ୍ରିକୋଣୀୟ ପ୍ରେମକାହାଣୀ ଯୋଗୁ ଘଟିଛି ଆତ୍ମହତ୍ୟା। ତାକୁ ନେଇ ଉଠିଛି ପ୍ରଶ୍ନ?

Leave A Reply

Your email address will not be published.