Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶିତ ହେବ ।

ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯିବା ନେଇ ସୂଚନା ମିଳିଛି ।

ପରୀକ୍ଷାର୍ଥୀମାନେ Ojee.nic.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପାଖାପାଖି ୨୫,୭୩୧ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇଥିବାବେଳେ ପ୍ରାୟ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦେଇଥିଲେ । ଆହୁରି ମଧ୍ୟ ଚଳିତ ଥର ଛାତ୍ରଛାତ୍ରୀମାନେ ସ୍ନାତକ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ଫାର୍ମାସି, ଏମବିଏ, ଏମସିଏ (ଲାଟେରାରୀ ଏଣ୍ଟ୍ରି), ଏମସିଏ, ଏମଟେକ୍, ଏମପ୍ଲାନ୍, ଏମଆର୍ଚ, ଏମଫାର୍ମା ଆଦି ବିଷୟରେ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.