Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋର୍ଗାନ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ଇଅନ ମୋର୍ଗାନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ଏହି କ୍ରିକେଟର ଖରାପ ଫର୍ମ ଏବଂ ଫିଟନେସ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମୋର୍ଗାନଙ୍କୁ ପ୍ରଶଂସା କରି ଲେଖାଯାଇଛି, ତୁମେ ଇଂଲଣ୍ଡ କ୍ରିକେଟକୁ ବଦଳାଇ ଦେଇଛ । ତୁମେ ଜଣେ ଚାମ୍ପିୟନ ଏବଂ ଇଂଲଣ୍ଡର କ୍ରିକେଟପ୍ରେମୀ ତୁମକୁ ସବୁ ଦିନ ମନେ ପକାଇବେ ।

ଏବେ କିଛି ଦିନ ହେବ ମୋର୍ଗାନ ଅଧିନାୟକ ପଦ ଛାଡିବା ଏବଂ ଅବସର ନେବା ନେଇ ଅନୁମାନ କରାଯାଉଥିଲା । ଯାହା ଏବେ ଶେଷ ହୋଇଛି । ମୋର୍ଗାନ ପ୍ରଥମ ଖେଳାଳି ଭାବେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ୨ଟି ଦେଶରୁ ଖେଳିଛନ୍ତି । ୭ ବର୍ଷ ଧରି ସେ ଇଂଲଣ୍ଡ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ୨୦୧୯ରେ ଇଂଲଣ୍ଡ ଦିନିକିଆ ବିଶ୍ୱକପ ଜିତିଥିଲା । ମୋର୍ଗାନଙ୍କ ସ୍ଥାନରେ ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଅଧିନାୟକ କରିବା ପାଇଁ ଆଲୋଚନା ହେଉଛି ।

Leave A Reply

Your email address will not be published.