Latest Odisha News

BREAKING NEWS

ନିଶା କାରବାର ପାଇଁ ନେଉଥିଲେ କଫ ସିରପ୍, ୩ ଗିରଫ

ସୋନପୁର: କଫ ସିରପ୍ ଜବତ, ୩ ଗିରଫ । ସୋନପୁର ପୋଲିସ ସହରର ପଟାଭାଡ଼ି ନିକଟରୁ ୧୦୦ଟି କଫ ସିରଫ ବୋତଲ ଜବତ କରିଛି । ଏକ ସ୍କୁଟି ଯୋଗେ ୩ ଜଣ ଯୁବକ କଫ ସିରପ୍ ନେବା ବେଳୋ ପୋଲିସ ହାତରେ ଧରା ପଡ଼ିଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଏସବୁ କଫ ସିରପ୍ ନିଶା କାରବାରରେ ବ୍ୟବହାର କରାଯିବା ଲାଗି ନିଆ ଯାଉଥିଲା ।

ପୋଲିସ ଏକାଧିକ କଫ ସିରପ୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ୩ ଜଣ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଏବଂ ମାନସ ପାଢ଼ୀ । ସମସ୍ତ ଅଭିଯୁକ୍ତଙ୍କ ଘର ସୋନପୁର ସହରରେ । ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.