Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ରାବଣର ସଭା। ମହାନ ମହାନ ଯୋଦ୍ଧା ବସିଛନ୍ତି। ସାଧାରଣ ବାନର ଓ ଭଲ୍ଲୁକ , ଅସାଧାରଣ ଶକ୍ତିଶାଳୀ ଅସୁରସେନାଙ୍କର ଏପରି ବିପର୍ଯ୍ୟୟ ଘଟାଇବେ ସେମାନେ କଳ୍ପନା ବି କରି ପାରି ନ ଥିଲେ। ଆଗାମୀ ଦିନର ରଣନୀତି କିପରି ହେବା ଉଚିତ ସେହି ବିଷୟରେ ବିଚାର ବିମର୍ଷ ଚାଲିଥାଏ।

ରାବଣର ପିତାମହ ସୁଜ୍ଞାନୀ ମାଲ୍ୟବନ୍ତ ଗମ୍ଭୀର ହୋଇ ସମସ୍ତ ଆଲୋଚନା ଶୁଣୁଥିଲେ। ସେ ରାବଣକୁ ବୁଝାଇବା ସ୍ୱରରେ କହିଲେ, ” ପୁତ୍ର ! ଯେବେଠାରୁ ଜନକନନ୍ଦିନୀ ସୀତାଙ୍କୁ ହରଣ କରି ଆଣିଛ, ଏଠାରେ ନାନାପ୍ରକାରର ଅମଙ୍ଗଳ ଘଟୁଛି।

ବେଦ ପୁରାଣ ଯାହାଙ୍କର ଯଶଗାନ କରେ , ତାଙ୍କ ପ୍ରତି ବିମୁଖ ହୋଇ କୌଣସି କାର୍ଯ୍ୟ ନାହିଁ। ମହାନ ବଳଶାଳୀ ଦୈତ୍ୟ ହୀରଣ୍ୟକ୍ଷ-ହୀରଣ୍ୟକଶିପୁ, ମଧୁ- କୈଟଭଙ୍କର ବଧ କରିଥିବା ସେହି ନାରାୟଣ ରାମ ଅବତାରରେ ଅବତୀର୍ଣ୍ଣ ହୋଇଛନ୍ତି।

ଶିବ ଓ ବ୍ରହ୍ମାଙ୍କ ପରି ଦେବତା ଯାହାଙ୍କର ସେବା କରିବା ନିମିତ୍ତ ତତ୍ପର ରହନ୍ତି ତାଙ୍କ ସହ ବୈରଭାବ କାହିଁକି !!

ଜାନକୀଙ୍କୁ ତାଙ୍କ ସ୍ୱାମୀଙ୍କୁ ପ୍ରତ୍ୟାର୍ପଣ କରି ଶ୍ରୀରାମଙ୍କର ଭଜନ କର। ସେହି କୃପାନିଧାନ ନିଶ୍ଚୟ ତୁମକୁ କୃପା କରିବେ। ”

ବିଷାକ୍ତ ଶରାଘାତରେ ତନୁ ଜର୍ଜରିତ ହେବା ପରି ମାଲ୍ୟାବାନଙ୍କର ଉପଦେଶ ରାବଣକୁ ଅତ୍ୟନ୍ତ କ୍ଳେଶ ପ୍ରଦାନ କଲା। କ୍ରୋଧର ସହିତ ଗର୍ଜ୍ଜନ କରି ସେ କହିଲା, ” ରେ ଅଭାଗା ବୃଦ୍ଧ ! ଏହିକ୍ଷଣି ଲଙ୍କାରୁ ପ୍ରସ୍ଥାନ କର। ବୟସକୁ ଦୃଷ୍ଟିରେ ରଖି ତୋର ବଧ ନ କରି ଛାଡି ଦେଉଛି। ନ ହେଲେ ଏପରି କଟୁ ବଚନ କହିବା ପରେ କାହାକୁ ଜୀବିତ ଛାଡିବା ଉଚିତ ନୁହେଁ। ‘

 

କ୍ରମଶଃ..

Leave A Reply

Your email address will not be published.