Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୬)


ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ମେଘନାଦ କ୍ରୋଧିତ ହୋଇ କହିଲା, ” ପିତା ! ଆପଣ ବିବ୍ରତ ବୋଧ କରନ୍ତୁ ନାହିଁ। ଆଗାମୀ ପ୍ରଭାତରେ ମୋର ପରାକ୍ରମ ତ୍ରିଲୋକ ଦେଖିବ। କାହାକୁ ଛାଡ଼ିବି ନାହିଁ। ଖୋଜି ଖୋଜି ସମସ୍ତ ଶତ୍ରୁଙ୍କୁ ନିପାତ କରିବି। ”

ଇନ୍ଦ୍ରଜିତର ବଚନ ପ୍ରଚଣ୍ଡ ନିଦାଘରେ ଚନ୍ଦନର ଶୀତଳ ସ୍ପର୍ଶ ସଦୃଶ ରାବଣକୁ ଅନୁଭୂତ ହେଲା। ତା’ ମନରେ ବିଜୟର ସମ୍ଭାବନା ଜାଗରିତ ହେଲା। ନିଜ ସ୍ଥାନରୁ ଉଠି ଆସି ସେ ଆଦରରେ ପୁତ୍ର ଇନ୍ଦ୍ରଜିତକୁ ଆଲିଙ୍ଗନ କଲା।

ଏହିପରି ବିଚାର କରୁ କରୁ ପ୍ରଭାତ ହୋଇଗଲା। ବନରସେନା ଲଙ୍କାର ଚାରି ଦରଜାକୁ ଘେରି ସାରିଥିଲେ। ସେମାନଙ୍କର ରଣ ହୁଙ୍କାର ମେଘନାଦ ମନରେ କ୍ରୋଧ ଜାଗ୍ରତ କରାଇଲା।

ଯୁଦ୍ଧଭେରୀ ବଜାଇ ମେଘନାଦ, ସିଂହ ସଦୃଶ ଗର୍ଜ୍ଜନ କରି କହିଲା, କୁଆଡେ ଗଲେ ଧନୁର୍ଦ୍ଧାରୀ ଭ୍ରାତାଦ୍ୱୟ !! କୁଆଡେ ପଳାୟନ କଲେ ହନୁମାନ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ନଳ , ନୀଳ ଇତ୍ୟାଦି…!! କୁଆଡେ ଗଲା ସେ ଭାତୃଦ୍ରୋହୀ ବିଭୀଷଣ!! ଆଜି ସମସ୍ତଙ୍କୁ ବଧ କରିବି। ଆସ! ସାହସ ଥିଲେ ଇନ୍ଦ୍ରଜିତର ସାମ୍ନା କର। ”

ମେଘନାଦର ଶକ୍ତିଶାଳୀ ଅସ୍ତ୍ରରେ ଅନେକ ବାନର ଓ ଭଲ୍ଲୁକଙ୍କର ମୃତ୍ୟୁ ହେଲା। ଏହା ଦେଖି ବୀର ବଜରଙ୍ଗୀ ଏକ ବିଶାଳ ପର୍ବତ ଉଠାଇ ତା’ ଉପରକୁ ପକାଇଲେ। ମାତ୍ର ରଣକୁଶଳୀ ଇନ୍ଦ୍ରଜିତ ଶୂନ୍ୟରେ ଆକାଶକୁ ଉଡ଼ିଗଲା ଏବଂ ଶ୍ରୀରାମଙ୍କ ଉପରକୁ ଶର ବୃଷ୍ଟି କଲା। ପ୍ରଭୁ ତା’ ସମସ୍ତ ଶସ୍ତ୍ର ଖଣ୍ଡନ କଲେ।

ମେଘନାଦ ଯେତେବେଳେ ଅନୁଭବ କଲା ତା’ ଦ୍ୱାରା ପ୍ରେରିତ ଶସ୍ତ୍ର ରାମଙ୍କର କୌଣସି କ୍ଷତି ପହଞ୍ଚାଇ ପାରୁନାହିଁ,ସେ ମାୟା ଯୁଦ୍ଧ ଆରମ୍ଭ କଲା। ପରନ୍ତୁ ତାହା କ୍ଷୁଦ୍ର ଏକ ନାଗ ଗରୁଡକୁ ଭୟଭୀତ କରାଇବାର ଚେଷ୍ଟା ସଦୃଶ ଥିଲା।

କ୍ରମଶଃ..

Leave A Reply

Your email address will not be published.