ଅନସୂୟା ମଲ୍ଲିକ
ଯାହା ମୁଁ ଦେଖୁଛି
ଏଇ ସମାଜର ଚିତ୍ର,
ଅସହାୟ ମାଆ ଟିର
ଆକୁଳ ଚିତ୍କାର ।
କାରୁଣ୍ୟ ଭରା ସେ
ହୃଦୟ ଅନ୍ତରୁ,
ଉଛୁଳି ପଡ଼ୁଥିବା
ଅନ୍ତର୍ଭେଦି ସ୍ୱର ।
ଯାହା ମୁଁ ଦେଖୁଛି
ଏଇ ସମାଜର ଚିତ୍ର,
ମୁର୍ଖ ପାଷଣ୍ଡ ପୁଅର
ବର୍ବର ଅତ୍ୟାଚାର ।
ଦିନ ଥିଲା ସେଇ ମାଆ
ଗର୍ଭସ୍ଥ କାଳରେ,
ସହିଥିଲା ସନ୍ତାନର
ଗୋଇଠା ପାହାର ।
ପେଟକୁ ସେ ପିଠିକରି
ଉପବାସରେ ରହି,
ଦେଖୁଥିଲା ଗେହ୍ଲା ପୁଅ
ବଦନ ମଣ୍ଡଳ ।
ମୁଁହ ଠାରୁ ଗୋଡ ଯାଏ
ଶରୀରଟା ଯାକ,
ଅଣ୍ଡାଳି ପକାଉ ଥିଲା
ସ୍ନେହ ମାୟୀ ମାଆ। ।
ଯାହା ମୁଁ ଦେଖୁଛି
ଏଇ ସମାଜର ଚିତ୍ର ,
ସେଇ ପୁଅ ସାଜେ ଅରି
ମଣେ ସାତପର ।
ରାଜରାସ୍ତା ଧାରେ ପଡ଼ି
ସେଇ ବୃଦ୍ଧା ମାଆ,
ଭାଗ୍ୟକୁ ନିନ୍ଦଇ ସିନା
ଦୋଷ କିବା ତାର ।
ସେଇ ଗେହ୍ଲା ପୁଅ ପୁଣି
ସାଜେଅବିବେକି ,
ନିର୍ଦ୍ଦୟ ନୃଶଂସ ହୁଏ
ପଶୁ ଠାରୁ ହୀନ ।
ମାନବିକତାକୁ ଭୁଲି
ଯାଏ ସେ ନିମିଷେ
ଏଇକି ସଂସାର ଯାର
ଦିଶେ ଛବି ନଗ୍ନ ।
ମାର୍କଣ୍ଡପୁର
ଯାଜପୁର
Comments are closed.