Latest Odisha News

ପେଟିଏମ ବଦଳରେ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର ହେବ ମାଷ୍ଟରକାର୍ଡ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ କ୍ରିକେଟ ସିରିଜରେ ପେଟିଏମ ବଦଳରେ ମାଷ୍ଟରକାର୍ଡ ହେବ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର । ପେଟିଏମ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ତାର ରାଇଟ୍ସ ମାଷ୍ଟରକାର୍ଡକୁ ଦେବା ପାଇଁ ଅନୁରୋଧ କରିଥିଲା । ଯାହାକୁ ବିସିସିଆଇ ମାନିନେଇଛି । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ପେଟିଏମ ଟାଇଟଲ ସ୍ପନଶର ବାବଦକୁ ବୋର୍ଡକୁ ପ୍ରତି ମ୍ୟାଚ ପିଛା ୩.୮୦ କୋଟି ଟଙ୍କା ଦେଇଥିଲା । ଏହା ପୂର୍ବରୁ ଏହାର ରେଟ ୨.୪ କୋଟି ଟଙ୍କା ଥିଲା । ଅପରପକ୍ଷରେ ଟିମ ଇଣ୍ଡିଆର ଜର୍ସି ପ୍ରାୟୋଜକ ବାୟଜୁସ ବୋର୍ଡ ଉପରେ ୮୬.୨୧ କୋଟି ଟଙ୍କା ବକେୟା ରଖିଛି । ଚଳିତ ବର୍ଷ ଏପ୍ରିଲରେ ଆଡଟେକ କମ୍ପାନୀ ବାୟଜୁସ ଓ ବିିସିସିଆଇ ୨୦୨୩ ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ଏହି ଚୁକ୍ତିରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବାୟଜୁସ ପ୍ରବକ୍ତାଙ୍କ ମତରେ ଏ ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇନି । ଆମେ କୌଣସି ରାଶି ବକେୟା ରଖି ନାହୁଁ ।

Comments are closed.