Latest Odisha News

BREAKING NEWS

କଣାସରେ ବିଳମ୍ବିତ ରାତିରେ ବୋମା ମାଡ଼

କଣାସ: ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ରଘୁ ମାନସିଂହଙ୍କ ଘରେ ବିଳମ୍ବତି ରାତିରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି ।

୭-୮ ଜଣ ଦୁର୍ବୁତ୍ତ ଆସି ବୋମା ମାଡ଼ କରିଥିବା ଜଣାପଡ଼ିଛି । ଘର ଗ୍ରୀଲ ଦେଇ କରାଯାଇଛି ବୋମା ମାଡ଼ । ଗଡ଼ିଶାଗୋଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ ପରେ ବିଭିନ୍ନ ସ୍ଥାନରେ ପଡିଥିବା ସୁତୁଲି ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି ।

ବୋମା ବିସ୍ଫୋରଣରେ କାହାରି କୌଣସି କ୍ଷତି ହୋଇ ନଥିବା ପୋଲିସ ସୂଚନା ଦେଇଛି । ବୋମା ମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଦୁବୃର୍ତ୍ତ ଧରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ତେବେ ସୂଚନା ମୁତାବକ ରଘୁ ମାନସିଂହଙ୍କ ଘର ଉପରକୁ ବୋମା ମାଡ଼ ସମ୍ପୃକ୍ତି ସନ୍ଦେହରେ ଜଣକୁ ଅଟକ ରଖି ଜେରା କରୁଛି ବୋଲି ଗଡ଼ିଶାଗୋଦା ପୋଲିସ ସୂଚନା ଦେଇଛି ।

Comments are closed.