ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଏପ୍ରିଲରୁ ସିଂଘମ ୩ର ଶୁଟିଂ ଆରମ୍ଭ ହେବ ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । ଅଜୟ ଦେବଗାନ ଏବେ ବ୍ୟସ୍ତ ଥିବାରୁ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ହେବ ବୋଲି ସେ କହିଛନ୍ତି । ଏବେ ଦର୍ଶକ ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ଟ୍ରେଣ୍ଡ ବୃଦ୍ଧି ପାଇଲେ ସମସ୍ତ ପ୍ରଡ୍ୟୁସର ଏଥିପ୍ରତି ଧ୍ୟାନ ଦେବେ । ଅକ୍ଷୟ କୁମାର, ଅଜୟ ଦେବଗାନଙ୍କ ପରି କଳାକାରଙ୍କ ପାଇଁ ଏହା ସମସ୍ୟା ନୁହେଁ । ଏବେକାର ନୂତନ ପିଢ଼ୀ ସେମାନଙ୍କ ମ୍ୟାନେଜର କଥା ନ ଶୁଣି ଏଥିପ୍ରତି ଆଗଭର ହେବା ଉଚିତ । ହୀନମନ୍ୟତାର ଶୀକାର ନ ହୋଇ ସାମ୍ନା କରିବା ବୁଦ୍ଧିମାନର କାମ ହେବ ବୋଲି ରୋହିତ କହିଛନ୍ତି । ସିଂଘମ ୩ରେ ଏକ ମହିଳା ପୋଲିସ ଅଫିସରର ଏଂଟ୍ରି ହେବ । ପୂର୍ବ ନିର୍ଦ୍ଧାରିତ ୨୩ ଡିସେମ୍ବରରେ ଏହା ରିଲିଜ ହେବ ବୋଲି ସେ କହିଛନ୍ତି ।
BREAKING NEWS
- ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଫରେଷ୍ଟର ଗିରଫ
- ଭୁବନେଶ୍ୱର ବିମାନବନ୍ଦରରୁ ସାପ ଓ କଇଁଛ ଜବତ, ଜଣେ ଗିରଫ
- ଲଭ୍, ସେକ୍ସ ଏବଂ ଧୋକା: ଖାକି ପୋଷାକରେ ଲାଗିଲା ଦାଗ, ଗିରଫ ହେଲେ ଏସଆଇ ବାବୁ
- ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା
- ୬୪ ଲକ୍ଷରୁ ଅଧିକ ଟଙ୍କା ଅନିୟମିତତା ମାମଲାରେ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
- ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା
- ମିଆଁମାରରେ ଭାରତର ଅପରେସନ୍ ବ୍ରହ୍ମା, ୧୫ଟନ୍ ରିଲିଫ୍ ସାମଗ୍ରୀ ସହ ପହଞ୍ଚିଲା ବିମାନ
- ଗତ ୩ ବର୍ଷରେ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି ପୂର୍ବ ସରକାର
- ଜାଣନ୍ତୁ କେଉଁ ରଙ୍ଗର ଖାଦ୍ୟ ଖାଇଲେ, ଶରୀରକୁ ମିଳେ କି ଲାଭ
- ରାଜ୍ୟର ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
Comments are closed.