Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଫାଇନାଲରେ ଫ୍ରାନ୍ସ

ସେଣ୍ଟ ପିଟର୍ସବର୍ଗ : ଫ୍ରାନ୍ସ ବିଶ୍ୱକପ ଫାଇନାଲରେ ପ୍ରବେଶ କଲା । ସେମିଫାଇନାଲରେ ଉନ୍ନତ ଖେଳ ପ୍ରଦର୍ଶନ କରି ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରିଛି ଫ୍ରାନ୍ସ ।

ରୁଷିଆର ସେଣ୍ଟପିଟର୍ସବର୍ଗ ସହରର ସେଣ୍ଟପିଟର୍ସବର୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଚିତାକର୍ଷକ ସେମିଫାଇନାଲ ମ୍ୟାଚରେ ବେଲଜିୟମକୁ ୧-୦ ଗୋଲରେ ହରାଇ ଫ୍ରାନ୍ସ ଫାଇନାଲରେ ପହଞ୍ଚିଛି । ମ୍ୟାଚର ୫୧ତମ ମିନିଟରେ ଫ୍ରାନ୍ସ ଷ୍ଟ୍ରାଇକର ଉମତିତିଙ୍କ ଏକ ଶକ୍ତିଶାଳୀ ହେଡ୍ ଜରିଆରେ ଗୋଲ ସ୍କୋର କରିଥିଲା ।

ମ୍ୟାଚ ଶେଷ ପର୍ଯ୍ୟନ୍ତ ବେଲଜିୟମ ଫ୍ରାନ୍ସ ଉପରେ ଚାପ ସୃଷ୍ଟି କରି ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୋଟିଏ ବି ଗୋଲ ଦେବାକୁ ସକ୍ଷମ ହୋଇପାରିନଥିଲା । ଫ୍ରାନ୍ସର ଗୋଲକିପର ଏକାଧିକ ନିଶ୍ଚିତ ଗୋଲରୁ ଦଳକୁ ରକ୍ଷା କରିଥିଲେ ।

ଫାନ୍ସର ଏହି ବିଜୟରେ ଷ୍ଟାଡ଼ିୟମରେ ଭରପୁର ଫ୍ରାନ୍ସ ଦର୍ଶକ ଖୁସିରେ ଆତ୍ମହରା ହୋଇ ବିଜୟ ଉତ୍ସବ ପାଳନ କରିଥିଲେ ।

ଆଜି ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଭେଟୁଛି କ୍ରୋଏସିଆକୁ । ଆଜି ଭାରତୀୟ ସମୟ ରାତି ୧୧:୩୦ ମିନିଟରେ ଏହି ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.