Latest Odisha News

BREAKING NEWS

ସ୍କୁଲ ହତାରୁ ମିଳିଲା ନିଖୋଜ ଛାତ୍ରୀର ଶବ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବଜ୍ରମହାକାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ନିଖୋଜ ହେବାର କିଛି ଘଣ୍ଟା ପରେ ସ୍କୁଲ ପରିସର ମଧ୍ୟରୁ ଶବ ଉଦ୍ଧାର କରିବା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନିଜ ଦାୟିତ୍ୱ ସମ୍ପାଦନରେ ଚରମ ଅବହେଳା କରିବା ଯୋଗୁଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଘଟଣାସୂତ୍ରରୁ ଜଣାପଡ଼ିଛି, ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ରାଜଶ୍ରୀ ପଟ୍ଟନାୟକ ମଙ୍ଗଳବାର ସକାଳୁ ସ୍କୁଲରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ତେବେ ସ୍କୁଲ ମଧ୍ୟରେ ଖୋଜାଖୋଜି ନପାଇବାରୁ ପ୍ରଧାନ ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଗତ ସନ୍ଧ୍ୟାରେ ନିଖୋଜ ଛାତ୍ରୀର ଶବ ସ୍କୁଲ ପରିସରରେ ଥିବା ଏକ ଖାଲ ମଧ୍ୟରେ ଥିବା ଖବର ପାଇ ସ୍ଥାନୀୟ ପୋଲିସ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ଲାଗି ପୋଲିସ ପଠାଇଛି ।

ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତା ଛାତ୍ରୀର ପରିବାରବର୍ଗ ।

Leave A Reply

Your email address will not be published.