Latest Odisha News

ସଂସଦରେ ଆଲୋଚିତ ହେଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର : ନବନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପାର୍ଲିଆମେଣ୍ଟରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି ।

“ଆଜି ଲୋକସଭାରେ ଶ୍ରୀମତି ଷଡଙ୍ଗୀ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଉଠାଇ କହିଛନ୍ତି ଯେ, ଘଣ୍ଟାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି” । ଜଳ ନିଷ୍କାସନ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।

ଏନେଇ ସେ ମଙ୍ଗଳବାର ଦିନ ଟ୍ୱିଟ୍ କରିଛନ୍ତି ।

ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଫଳରେ ‘ସ୍ମାର୍ଟ ସିଟି’ ଭୁବନେଶ୍ୱରର ଅନେକ ସ୍ଥାନ ଜଳଘେରରେ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.