ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନ ଗୋଟିଏ, ସ୍ଥାନ ଭିନ୍ନ
ହେଲେ ବି ଭାଷା ଶ୍ରୀସଂପନ୍ନ
କରଂତି ଯେଉଁଠି ସ୍ବଭାଷୀ
କେହି ପାରେନି ଭାଷା ନାଶି
ସ୍ବଭାଷା ଘର କୋଣେ ଛାଡ଼ି
କେହି ଯାଏନି ଦୂରେ ଉଡ଼ି
ଯେଉଁଠି ଥିଲେ ବି ସ୍ବଭାଷା
ଜଗାଏ ସୁଦୃଢ଼ ଭରସା
ମାତୃଭାଷାର ବିସ୍ମରଣ
ସଂଭବ ନୁହେ, ଏହି ଜ୍ଞାନ
କରିଲେ ଉତ୍ସାହ ବର୍ଧନ
ଆପେ ବଢ଼େ ସ୍ବଭାଷା ମାନ
ଯାହା ବି ଅଂତର୍ଗତ ସତ
ହୁଏନି କେବେ ଦିନେ ଲୁପ୍ତ
ଭାଷାର ଏହି ମୁଖ୍ୟ ଗୁଣ
ବଂଚାଇ ରଖେ ତା ଜୀବନ
କଥିତ ଭାଷା ସ୍ବାଭାବିକ
ଜ୍ଞାନୀ, ଅଜ୍ଞାନ ସବୁ ଲୋକ
କରଂତି ନିତି ବ୍ୟବହାର
ସଂଭବ ନୁହେ ତା ସଂହାର
Comments are closed.