Latest Odisha News

BREAKING NEWS

ବାଂଲାଦେଶକୁ ୨୮ ରନରେ ପରାସ୍ତ କରି ଭାରତ ସେମିଫାଇନାଲରେ

ବର୍ମିଂହାମ୍: ସେମିଫାଇନାଲ ଯିବାକୁ ଆଜିର ମ୍ୟାଚ୍ ଜରୁରୀ ହୋଇପଡ଼ିଥିବା ବେଳେ ବାଂଲାଦେଶକୁ ୨୮ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ୩୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ୪୮ ଓଭର୍ ଖେଳି ୨୮୬ ରନରେ ଅଲଆଉଟ୍ ହୋଇଛି ।

ଭାରତୀୟ ବୋଲର୍ ବାଂଲା ଦଳ ଉପରେ ପ୍ରାରମ୍ଭରୁ ଚାପ ପକାଇ ବୋଲିଂ କରିଥିଲେ । ବାଂଲାଦେଶ ପକ୍ଷରୁ ସକିବ୍ ଅଲ୍ ହାସନ ସର୍ବାଧିକ ୬୬ ରନ କରିଥିଲେ । ମ୍ୟାଚର ଶେଷ ଆଡକୁ ସବିର ରେହମାନ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଶିକାର ହୋଇଥିଲେ । ଏବଂ ମହମ୍ମଦ ସଫିଉଦ୍ଦିନ୍ ଲଢୁଆ ୫୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ଭାରତୀୟ ବୋଲର୍ ପାଣ୍ଡ୍ୟା ସର୍ବାଧିକ ୩ଟି, ବୁମରା ୪ଟି ଏବଂ ଭୁବନେଶ୍ୱର କୁମାର, ସାମି ଏବଂ ଚହଲ୍ ଗୋଟିଏ କରି ୱିକେଟ ହାସଲ କରିଥିଲେ ।

ଶତକୀୟ ଇନିଂସ ଖେଳିଥିବା ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।

ଏହି ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ସେମିଫାଇନାଲ୍ ଖେଳିବା ନିଶ୍ଚିତ କରିଛି ।

Leave A Reply

Your email address will not be published.