Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

କ’ଣ ହୋଇପାରେ ସମ୍ଭବଙ୍କର ଏ ପରିବର୍ତ୍ତନର କାରଣ ! ମନେ ମନେ ଭାଳି ହେଉଥିଲା ଆସ୍ଥା । ଏମିତି ଅନ୍ୟମନସ୍କତା ଭିତରେ ଗାଡ଼ି ଯାଇ ଲାଗିଥିଲା ,ସହରର ଜଣାଶୁଣା ମାନସିକ ଚିକିତ୍ସକ ଡ଼ଃ. କେଶବ କରଙ୍କ କ୍ଲିନିକ ଆଗରେ ! ଆସ୍ଥାର ବ୍ୟସ୍ତତା ଆହୁରି ବଢ଼ି ଯାଇଥିଲା ! କିନ୍ତୁ ସମ୍ଭବ ବ୍ୟସ୍ତ ନ ହେବା ପାଇଁ ବାରମ୍ବାର ବୋଧ ଦେବା ପରେ ଯାଇ ଆସ୍ଥା ଟିକେ ଆଶ୍ୱସ୍ତ ହେଲା ।

ଦୀର୍ଘ ଦିନ ହେଲାଣି ତୁମକୁ ଆଗରୁ ଏତେ ଗୁମସୁମ ରହିବା, କୌଣସି କାମରେ ଆଗ୍ରହ ନଦେଖେଇବା, ଚିଡିଚିଡ଼ା ହେବା ,ଖାଇବା ପିଇବା ଉଠିବା ବସିବା ତୁମର ପ୍ରତ୍ୟେକ କାର୍ଯ୍ୟ କଳାପକୁ ଲକ୍ଷ୍ୟ କରୁଛି ତୁମେ କାହାକୁ କିଛି ନ କହି ଭିତରେ ଭିତରେ ଖୁବ ଯନ୍ତ୍ରଣା ପାଉଛ ! ପିଲାମାନେ ବି ତୁମକୁ ନେଇ ଖୁବ ଦୁଃଖରେ ରହୁଛନ୍ତି । ତୁମକୁ ଆଉ ପିଲାଙ୍କୁ କଷ୍ଟରେ ଦେଖି ମୁଁ ବି ଏକ ପ୍ରକାର ଖୁବ ଦୁଃଖରେ ଥିଲି ! ମୁଁ ତୁମକୁ ଖୁବ ଭଲପାଏ ଆସ୍ଥା ! ତୁମକୁ ଏଭଳି ଅବସ୍ଥାରେ କେବେବି ଦେଖି ପାରିବି ନାହିଁ ! ତେଣୁ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ପରାମର୍ଶ ରେ ଡ଼ଃ. କର ଙ୍କ ସହିତ ଆଗରୁ ଫୋନରେ ଯୋଗାଯୋଗ କରିଥିଲି । ସେ ଆଜି ତାଙ୍କ କ୍ଲିନିକରେ ଦେଖା କରିବାପାଇଁ କହିଥିଲେ । ଏଥିପାଇଁ ଏତେ ବ୍ୟସ୍ତ ହେବାର କିଛି ନାହିଁ! କେବଳ ଶାରୀରିକ ଆଉ ମାନସିକ ସ୍ତରରେ ତୁମକୁ ଯଥେଷ୍ଟ ବିଶ୍ରାମ କରିବା ଦରକାର ଆଉ କିଛି ନାହିଁ। ତେଣୁ ଅନ୍ୟ କିଛି ନ ଭାବି ନିଶ୍ଚିନ୍ତ ରୁହ । ଖୁସି ରୁହ ଆଉ ଖୁସି ଦିଅ !! ”

ସମ୍ଭବ ଙ୍କ ପାଟି ରୁ ଏଭଳି କଥା ଶୁଣି ଆସ୍ଥା ର ଆଖି ଲୁହ ରେ ଛଳ ଛଳ ହୋଇ ଗଲା ! କିଛି ସମୟ ପାଇଁ ପିଛିଲା ଦିନର କଥା ଗୁଡ଼ିକ ମନେ ପଡିଗଲା। ସମ୍ଭବ ନୂଆ ନୂଆ କେମିତି ତାର ଯତ୍ନ ନେଉଥିଲେ , ତାର ପ୍ରତ୍ୟେକ କଥାକୁ କିପରି ଗୁରୁତ୍ୱ ର ସହିତ ନେଉଥିଲେ , ମନର କଥା କୁ ନକହିଲେ ବି ଆପେଆପେ ବୁଝି ଯାଉଥିଲେ ! ଆଜି ପୁଣି ଥରେ ସେଇ ଦିନ ଆଉ  !ଭାବିଲା ବେଳକୁ ସମ୍ଭବଙ୍କ ଡାକରେ ଆସ୍ଥା ପ୍ରକୃତିସ୍ଥ ହେଲା !

 

କ୍ରମଶଃ

Leave A Reply

Your email address will not be published.