କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା
ଛାତ୍ରୀନିବାସକୁ ସରସ ସୁନ୍ଦର କରିବା ପାଇଁ
ପ୍ରଫେସର ପୋତିଥିଲେ ଗଛ ନର୍ସରୀରୁ ନେଇ I
ପାଣି ଦେଲେ ତା ମୂଳରେ ଖାତା ସାର ଦେଲେ
ଗଛମାନେ କିନ୍ତୁ ଆଦୌ ବଡ ନହୋଇଲେ!
ଗଛଟେ ଉପାଡି ଧରି ବଡ ବିରକ୍ତରେ
ପ୍ରଫେସର ପହଁଚିଲେ ନର୍ସରୀ ଭିତରେ I
ଚଢାଗଳାରେ ମାଲିକକୁ ପଚାରିଲେ ଭାଇ
କି ଗଛ ଦେଲା ଇୟେ ଆଦୌ ବଢ଼ୁନାଇଁ?
ସବିଶେଷ ବୁଝି ନର୍ସରୀ ମାଲିକେ କହିଲେ
ବଢ଼ିବ ୟେ ତା ପାଖରେ କୀର୍ତନ କରିଲେ!
ଗଛର ମଞ୍ଜି ଯେହେତୁ ଆଶ୍ରମରୁ ଆସିଛି
ଛାତ୍ରୀନିବାସରେ ବିଚରା ଲାଜକରି ବସିଛି!!
ପ୍ରଫେସର ଏଥର ବିରକ୍ତ ହୋଇ କହିଲେ
ଆରଥର ବି ଆଶ୍ରମ ମଞ୍ଜିର ଚାରା ଦେଇଥିଲେ!
ମୋ ସାଥିରେ ଚାଲନ୍ତୁ ଦେଖିବେ
ଗଛଗୁଡାକ ବଢି ଆକାଶ ଛୁଇଁଲେଣି ଏବେ!!
ଏଣୁତେଣୁ କଥା ବୁଲାଅନି ଆଉ
ସେ ଗଛ ଥିଲେ ଦିଅ ଆମେ ଯାଉ!
ମାଲିକ କହିଲେ ସାର ସେ ଆଶ୍ରମର ବାବାଜୀ
ଦୁଷ୍କର୍ମ ମାମଲାରେ ଜେଲରେ ଅଛି ଆଜି!!
Comments are closed.