Latest Odisha News

BREAKING NEWS

ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ସଂଗଠିତ ହେଉଛି ଆପ୍

ଭୁବନେଶ୍ୱର : ଭୁବନେଶ୍ଵରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ଠାରେ ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

BjdElectrycity

ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀଟି ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଭାଶିସ ସ୍ୱାଇଁ,  ଏବଂ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଷଡ଼ଙ୍ଗୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଷଡ଼ଙ୍ଗୀଙ୍କ ସ୍ୱାଗତ୍ ଭାଷଣ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଞ୍ଚସ୍ଥ ଅତିଥି ମାନେ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନାର କଡା ସମ୍ମାଲୋଚନା କରିବା ସହିତ , ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲର ଶିକ୍ଷା ସ୍ୱାସ୍ଥ୍ୟ, ବିଜୁଳୀ , ପାଣି ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଓଡ଼ିଶାରେ ପରିବର୍ତ୍ତନ ଦରକାର ବୋଲି ଆହ୍ୱାନ ଦେଇଥିଲେ।

ଜିଲ୍ଲା ଆବାହକ ଶୁଭାଶିସ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ କିପରି ସଂଗଠନ ମଜଭୂତ କରାଯିବ ଓ ପାର୍ଟିର ବିଚାରକୁ ଘରେ ଘରେ ପହଞ୍ଚା ଯିବ ସେ ଉପରେ ଆଲୋକ ପାତ କରିଥିଲେ ।ଏହି ସମ୍ମିଳନୀରେ ଖୋର୍ଦ୍ଧା ଜ଼ିଲ୍ଲାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ସକ୍ରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ସଭାରେ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ଵର ମହାନଗର ନିଗମର ସକ୍ରୀୟ ସଦସ୍ୟମାନେ ଉପସ୍ଥିତ ଥିଲେ  ।

 

Leave A Reply

Your email address will not be published.