Latest Odisha News

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ହେବ ଡିଜିଟାଇଜେସନ୍

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ନେଇ ଓରସାକର ସାହାଯ୍ୟ ନିଆଯିବ । ସମସ୍ତ ଜମିର ରେକର୍ଡ ଡିଜିଟାଇଜେସନ କରାଯିବ ବୋଲି ଭିଭି ଯାଦବ ସୂଚନା ଦେଇଛନ୍ତି ।

ଆଜି ଗଜପତି ମହାରାଜା ଦିବ୍ଯସିଂହ ଦେବଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ବୈଠକରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଉନ୍ନୟନ ପ୍ରଶାସକ ଅଜୟ ଜେନା, ଏସପି କନୱର ବିଶାଲ ସିଂଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ଯ, ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.