Latest Odisha News

BREAKING NEWS

ଲୁଟ୍‌ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ବ୍ୟବସାୟୀ ସଂଘ

ଜଗତସିଂହପୁର : ବାରମ୍ବାର ଚୋରି ଓ ଲୁଟ ହେଉଥିବା ନେଇ ରାସ୍ତା ଅବରୋଧ କଲେ ବ୍ୟବସାୟୀ ସଂଘ । ଜଗତସିଂହପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସ୍ଥାନୀୟ ହାଟ ବଜାର ଠାରେ ଦୀର୍ଘଦିନ ଧରି କ୍ରମାଗତ ଭାବେ ଚୋରି, ଲୁଟ ଏବଂ ରାହାଯାନୀ ବଢ଼ି ଚାଲିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାଟ ବଜାର ଠାରେ ଏକ ଫାଣ୍ଡି ରହିଥିଲେ ମଧ୍ୟ ପୋଲିସ ବାବୁମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଅଚଳ ରହିଥିବାବେଳେ ଷ୍ଟ୍ରୀଟ ଲାଇଟ ବିଭିନ୍ନ ସ୍ଥାନରେ ଜଳୁନାହିଁ। ଫଳରେ ୨୦୦ରୁ ଉର୍ଦ୍ଧ୍ବ ବ୍ୟବସାୟ ଅନୁଷ୍ଠାନରୁ ନିୟମିତ ଚୋରି ହେଉଛି। ଯାହାର ପ୍ରତିବାଦରେ ସୋମନାଥ ହାଟ ବଣିକ ସଂଘ ପକ୍ଷରୁ ଜଗତସିଂହପୁର-ଆଳି ପିଙ୍ଗଳ ମୁଖ୍ୟ ରାସ୍ତାକୁ ନିଆଁ ଜାଳି ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ପରେ ବିକ୍ଷୋଭକାରୀ ମାନେ ଏକ ଶୋଭାଯାତ୍ରାରେ ଆସି ପୋୖର ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ନାରାବାଜି କରିଥିଲେ।

 

Leave A Reply

Your email address will not be published.