Latest Odisha News

BREAKING NEWS

ପୁରୀ: ଆଦିବାସୀ ନାବାଳିକାକୁ ବସରେ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡ ନିକଟରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି ।

ଆଜି ସକାଳେ ପିଡିତା ନାବାଳିକା ଜଣଙ୍କ ବସଷ୍ଟାଣ୍ଡ ନିକଟରେ କାନ୍ଦୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନାବାଳିକାକୁ ଉଦ୍ଧାର କରିଥିଲା । ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୋଲିସକୁ ଜଣାଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣଙ୍କ ପୁରୀ ମାଳତୀପାଟପୁର ନିକଟରେ ଥିବା ୱାଟରପାର୍କରେ କାମ କରୁଥିବାବେଳେ ସେ ଛୁଟିରେ ଘରକୁ ଯାଇଥିଲା । ପରେ ସେ ଏକ ବସ୍ ଯୋଗେ କଟକରୁ ପୁରୀ ଆସୁଥିବା ବେଳେ ବସରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରିନଥିଲା। ଫଳରେ ତା’ର ନିଦ ଭାଙ୍ଗିବାବେଳକୁ ବସ୍ ପୁରୀ ବସଷ୍ଟାଣ୍ଡରେ ପହଞ୍ଚିଯାଇଥିଲା। ସେତେବେଳେ ରାତି ହୋଇଯାଇଥିବାବେଳେ ଘଟଣା ସମ୍ପର୍କରେ ଜାଣିପାରି ହେଲପର ଜଣକ ତାକୁ ବସ୍ ଭିତରେ ଶୋଇଯିବାକୁ କହିଥିଲା । ପରବର୍ତ୍ତି ସମୟରେ ନାବାଳିକାର ସରଳତାର ସୁଯୋଗ ନେଇ ହେଲପର ଜଣକ ତା’ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ହେଲପରକୁ ଅଟକ ରଖି ପଚରାଉଚରା କରୁଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.