Latest Odisha News

ଟିମ ପେନଙ୍କ ଚାଂଚଲ୍ୟକର ଖୁଲାସା: ବଲ ଟ୍ୟାମ୍ପରିଂ କରିଥିଲେ ଦକ୍ଷିଣ ଆଫ୍ରିକା ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ଅବସରରେ ବଲ ଟ୍ୟାମ୍ପରିଂ ଇସ୍ୟୁ ପୁନର୍ବାର ସାମ୍ନାକୁ ଆସିଛି । ମଙ୍ଗଳବାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ ପେନ ଦକ୍ଷିଣ ଆଫ୍ରିକା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେନ ତାଙ୍କ ଆତ୍ମଜୀବନୀ ଦି ପେଡ ପ୍ରାଇସରେ ସେ ଏହା ଉଲ୍ଲେଖ କରିଛନ୍ତି । ୨୦୧୮ ସ୍ୟାଣ୍ଡପେପର ଗେଟ କାଣ୍ଡ ଅଷ୍ଟ୍ରେଲିଆ କ୍ରିକେଟକୁ ଭିତରୁ ଦୋହଲାଇ ଦେଇଥିଲା । ଏହାର ପରର୍ବତୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଖେଳାଳି ବଲ ଟ୍ୟାମ୍ପରିଂ କରିଥିଲେ ମଧ୍ୟ ତାହାକୁ ବ୍ରଡକାଷ୍ଟରମାନେ ଲୁଚାଇ ଦେଇଥିଲେ । ସୂଚନାଯୋଗ୍ୟ, ମକାବେରାହରେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ କ୍ୟାମରେନ ବେନକ୍ରାଫ୍ଟ ସ୍ୟାଣ୍ଡପେପରରେ ବଲ ଘଷୁଥିବା ଦେଖିବାକୁ ମିଳିଥିଲା ।

ଏହା ସମ୍ମୁଖକୁ ଆସିବା ପରେ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର ଓ ବେନକ୍ରାଫ୍ଟଙ୍କ ଉପରେ ପ୍ରତିବନ୍ଧ ଲଗା ଯାଇଥିଲା । ବେନକ୍ରାଫ୍ଟଙ୍କ ୬ମାସ ଏବଂ ଅନ୍ୟ ୨ଜଣଙ୍କୁ ବର୍ଷେ କ୍ରିକେଟରୁ ବାସନ୍ଦ କରାଯାଇଥିଲା ।

Leave A Reply

Your email address will not be published.