Latest Odisha News

BREAKING NEWS

ଫେସବୁକ ଇଣ୍ଡିଆର ମୁଖ୍ୟ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଫେସବୁକ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଏହି ସୂଚନା ଆସିଛି।

ଅଜିତ ଅନ୍ୟ କେଉଁଠି ନିଯୁକ୍ତ ହେବାକୁ ଇଚ୍ଛା ରଖିଥିବାରୁ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କମ୍ପାନୀ କହିଛି। ମିଳିଥିବା ସୂଚନା ଅନୁସାରେ ଏବେ ଅଜିତ ମୋହନ ଅନ୍ୟତମ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ନାପଚାଟରେ ଯୋଗଦେବାକୁ ଯାଉଥିବା ସୂଚନା ରହିଛି।

ଅଜିତ ମୋହନ ଜାନୁଆରୀ ୨୦୧୯ରେ ପରିଚାଳନା ନିର୍ଦ୍ଦେଶକ ଭାବରେ ଫେସବୁକ୍ ଇଣ୍ଡିଆରେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କମ୍ପାନୀ ଦୁଇଟି ହ୍ୱାଟସଆପ ଏବଂ ଇନଷ୍ଟାଗ୍ରାମ ୟୁଜର ବଢାଇବାରେ ସକ୍ଷମ ହୋଇଛି। ଭାରତରେ ୨୦୦ ମିଲିୟନରୁ ଅଧିକ ୟୁଜର ଯୋଡି ହୋଇଥିଲେ। ମେଟା ପୂର୍ବରୁ ଅଜିତ ମୋହନ ଚାରି ବର୍ଷ ପାଇଁ ଷ୍ଟାର ଇଣ୍ଡିଆର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହଟଷ୍ଟାରର ସିଇଓ ଥିଲେ।

Comments are closed.