Latest Odisha News

BREAKING NEWS

ଗୋଟିଏ ଟୁଇଟରେ ଭାରତୀୟଙ୍କ ମନ କିଣିନେଲେ ଋଷି ସୁନକ

ମଜବୁତ ହେଉଛି ବ୍ରିଟେନ-ଭାରତ ସମ୍ପର୍କ ।   ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର  ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ସାକ୍ଷାତ ପରେ ଏପରି ସମ୍ଭାବନା ଦେଖା ଦେଇଛି । ଏହି ସମ୍ଭାବନାକୁ ଆହୁରି ଦୃଢ କରିଛି ଋଷି ସୁନକଙ୍କ ହିନ୍ଦୀ ଟୁଇଟ । ନିଜ ଟୁଇଟର ପେଜରେ ହିନ୍ଦୀରେ ଟୁଇଟ କରି ସୁନକ ତାଙ୍କର ଭାରତ ପ୍ରତି ଭଲ ପାଇବାକୁ କେବଳ ଦେଖାଇ ନାହାନ୍ତି, ଭାରତ- ବ୍ରିଟେନ ସମ୍ପର୍କକୁ ଏକ ନୂଆ ପରିଚୟ ଦେଇଛନ୍ତି ।

ଦୁଇ ରାଷ୍ଟ୍ରମୁଖ୍ୟ ସାକ୍ଷାତ ଆଲୋଚନା ପରେ ସୁନକ ଦେଇଥିଲେ ପ୍ରଥମ ଭେଟି । । ୧୮ରୁ ୩୦ ବର୍ଷର ପ୍ରଫେସନାଲମାନଙ୍କ ଉଦ୍ଦେଶ୍ୟରେ ୩ହଜାର ଭିସା ବ୍ରିଟେନ ଦେବ  ବୋଲି କହିଥିଲେ ସୁନକ । ଫଳରେ ଭାରତୀୟ   ଚାକିରିଆ ଯୁବକ ଯୁବତୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ବଢିଥିଲା । ସୁନକଙ୍କ ଆଜିର ଗୋଟିଏ ଟୁଇଟ ଭାରତୀୟଙ୍କ ମନରେ  ଏହି ସମ୍ଭାବନକୁ ବିଶ୍ୱାସରେ ପରିଣତ କରିଛି ।

ସୁନକ ନିଜ ଟୁଇଟର ପେଜରେ ମୋଦିଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଇଂରାଜୀ ଲେଖିଛନ୍ତି United by Friendship ଓ ତା ତଳକୁ ଲେଖିଛନ୍ତି ଏକ ମଜବୁତ୍ ଦୋସ୍ତି.. । ଏଥି ସହିତ ଭାରତ ଓ ବ୍ରିଟେନର ଜାତୀୟ ପତାକା ମଧ୍ୟ ରଖିଛନ୍ତି । ଏହି ଟୁଇଟ୍କୁ  ୟୁଜର୍ସ ଖୁବ ପସନ୍ଦ କରିଛନ୍ତି ।

ଋଷି ସଚନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ କି ବ୍ରିଟେନୀର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ସୋସିଆଲ ମିଡିଆରେ ଅନେକ ଦିନ ଧରି ସେ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟରେ ଇଣ୍ଡୋନେସିଆାର ବାଲିରେ ଅନୁଷ୍ଠିତ G-20 ଶିଖର ସମ୍ମିଳନୀରେ ସବୁ ଦେଶର ରାଷ୍ଟ୍ରମୁଖ୍ୟ ଏକାଠି ହୋଇଥିଲେ । ଏହି ଅବସରରେ ମୋଦି-ସୁନକ ସାକ୍ଷାତ ହୋଇଥିଲା । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଥିଲେ । ତେବେ ସବୁଠାରୁ ଖୁସିର କଥା ହେଉଛି, ଋଷି ସୁନକ ହିନ୍ଦୀରେ ଟୁଇଟ କରି   ବନ୍ଧୁତାର  ହାତ ବଢାଇଛନ୍ତି ।

ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୦ ହଜାରରୁ ଅଧିକ ଲୋକ ଏହି ଟୁଇଟକୁ ଲାଇକ କରିସାରିଲେଣି । ଅନେକ  କମେଣ୍ଟ ମଧ୍ୟ ଆସିଛି । ଜଣେ ୟୁଜର୍ସ ଲେଖିଛନ୍ତି, ହିନ୍ଦି ଦେଖି ହୃଦୟ ଖୁସିରେ ଗଦଗଦ ହୋଇଗଲା ।

Leave A Reply

Your email address will not be published.