ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! ” ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି ବାହାରି ପଡୁଥିଲା …..।
ଘର ଭିତରୁ ସମ୍ଭବଙ୍କ ତାସ୍ଛଲ୍ୟ କଥା ଆସ୍ଥା କାନରେ ଟାଏଁ ଟାଏଁ ହୋଇ ବାଜିଯାଉଥିଲା …..” ସେତେବେଳେ ଗୋପବନ୍ଧୁ ଥିଲେ ଏତେବେଳେ ତୁମେ ଅଛ ତାଙ୍କ ଅଣ ନାତୁଣୀ ପରା… ! ”
ରାତି ଦଶଟା ବାଜି ଦଶ ମିନିଟ୍ ଆସ୍ଥା କାମ ସାରି ଫେରିଚି । ଦୁଇ ପ୍ୟାକେଟ ବିସ୍କେଟରେ ଦିନଟି ବିତିଯାଇଛି ।ମୁହଁରେ ଯେତିକି ଥକ୍କାପଣ ସେତିକି ବିଷର୍ଣ୍ଣତା ଭରି ରହିଥିଲା ! କାଦୁଅ ପଙ୍କରେ ଚକଟି ହୋଇ ଦେହ ସାରା କାଦୁଅ ଲାଗିଚି । ଆସୁ ଆସୁ କୁଆଡ଼କୁ ନଚାହିଁ ଆସ୍ଥା ବାର୍ଥ ରୁମ ଭିତରେ ପଶିଗଲା । ଭଲ ଭାବରେ ଧୁଆଧୋଇ ହୋଇ ଲୁଗା ବଦଳି ବାହାରକୁ ଆସିଲା ।
ସୁରେଖା ତିନି ଜଣ ଙ୍କ ପାଇଁ ବଢ଼ାବଢ଼ି କରି ଖାଇବାକୁ ଡାକିଲା ,” ମାଆତୁମେ ଦିନ ସାରା କିଛି ଖାଇ ନଥିବ ଆସ ମିଶିକି ଖାଇବା । ସୁରେଖା ଏବଂ ସମ୍ଭବ ଖାଇବା ଆରମ୍ଭ କଲେ କିନ୍ତୁ ଆସ୍ଥା ମନା କରି କହିଲା ,”ନାଇଁରେ ମାଆ ମୋତେ ଖାଇବାକୁ ବାଧ୍ୟ କରନା ଭାରି ବାଧା ହେଉଛି ଯଦି କ୍ଷୀର ଗ୍ଲାସେ ଗରମ କରି ଦେବୁ ପିଇଦେଇ ଶୋଇପଡ଼ିଥାନ୍ତି ।ଶୋଇ ପଡିଲେ ସକାଳକୁ ଭଲ ଲାଗିବ । ସୁରେଖା କ୍ଷୀର ଗରମ କରିବା ପାଇଁ ରୋଷେଇ ଘର ଭିତରକୁ ଗଲା ।
କ୍ରମଶଃ
Comments are closed.