ପୁରୀ: ନଭେମ୍ବର ୨୦ କୁ ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ପୁରୀ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ “ସ୍ଵୀକୃତି” ଯୋଜନାର ଶୁଭାରମ୍ଭ କରିଥଲେ । ପୁରୀ ଜିଲ୍ଲାରେ କିନ୍ନରମାନଙ୍କର ସମସ୍ୟାର ସମାଧାନ ଏବଂ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଈଁ ଖୁବ୍ ଶୀଘ୍ର ପୁରୀରେ ଟ୍ରାନସ୍ସଜେଣ୍ଡର ସେଲ୍ଟର ହୋମ୍ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ । ପୁରୀ ଜିଲ୍ଲାରେ ବସବାସ କରୁଥିବା ଟ୍ରାନସ୍ସଜେଣ୍ଡର ମାନଙ୍କୁ ସ୍ଵୀକୃତି ଯୋଜନା ମାଧ୍ୟମରେ ଜୀବନ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ପାଇଁ ପ୍ରୟାସ ଆରମ୍ଭ ହେବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା କହିଥିଲେ।
ଏହି କାର୍ଯ୍ୟକ୍ରମରେ ପୁରୀ କିନ୍ନର ସଂଘର ସଭାପତି ଦେବକୀ, ସମ୍ପାଦିକା ପୂଜା,ସାମାଜିକ କର୍ମୀ ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମକୁ ଦି ବେଲ୍ ର ଆବାହକ ସିଦ୍ଧାର୍ଥ ରାୟ ସଂଯୋଜନା କରିଥିବା ବେଳେ ସାଥୀ ଅନୁଷ୍ଠାନର ସହ ନିର୍ଦ୍ଦେଶକ ବିଶ୍ବଭୂଷଣ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶର୍ମିଷ୍ଠା ଦାସ, ବ୍ଲାକ କ୍ୱିନ, ପିହୁ, ରଶ୍ମି, ସୁପ୍ରିତି ନାୟକ, ଟିକିନା ପ୍ରଧାନ, ସତ୍ୟନାରାୟଣ ସାହୁ, ଓମ୍ ପ୍ରସାଦ ମହାନ୍ତି ଏବଂ ଅମର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.