Latest Odisha News

‘ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇ ଯାଉଛି’

ଭୁବନେଶ୍ୱର: ବିଧାନସଭାରୁ କୋଭିଡ କଟକଣା ହଟିଥିଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ବିଧାୟକ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ। ବାଚସ୍ପତିଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ଜାହିର କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇ ଯାଉଛି। ମୁଖ୍ୟମନ୍ତ୍ରୀଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନିଆଯାଉଛି। ଯାହା ଦୁଃଖ ଦାୟକ। ବିଧାନସଭାକୁ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଡର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଯଦି ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରିବା ସହିତ ବାହାରା ରାଜ୍ୟକୁ ଯଦି ଯାଉଛନ୍ତି ତାହାଲେ ବିଧାନସଭା ଆସିବାରେ ଅଡୁଆ କେଉଁଠି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି।

ବିଧାନସଭା ନଆସି ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କୁ ଘୃଣା କରୁଛନ୍ତି। ହେଲେ କାହିଁକି ଘୃଣା କରୁଛନ୍ତି ବୋଲି ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ଯ, ୨୪ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆସନ୍ତାକାଲି ୧୧ଟାରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି।

ଗତକାଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ, ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ବିଧାନସଭାରୁ କୋଭିଡ କଟକଣା ହଟାଯାଇଛି। ତେଣୁ ପୂର୍ବପରି ବିଧାନସଭା ସ୍ବାଭାବିକ ରହିବ। ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ଲିଖିତ ଭାବେ ବିଧାୟକ ମାନେ ଜଣାଇଲେ ସେମାନଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ। ସକାଳ ସାଢେ ୧୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ଅଧିବେଶନରେ ୪ଟା ରୁ ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ।

Comments are closed.