Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ ବିପର୍ଯ୍ୟୟ ନମ୍ବର ୩: ବେଲଜିୟମକୁ ହରାଇଲା ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ ମରକ୍କୋ ୩-୦ ଗୋଲରେ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା । ଏହା ପୂର୍ବରୁ ୧୯୮୬ରେ ପର୍ତୁଗାଲକୁ ୩-୧ରେ ହରାଇ ପ୍ରଥମ ବିଜୟ ହାସଲ କରିଥିଲା । ମରକ୍କୋ ପକ୍ଷରୁ ଆବଦେଲ୍ଲାହ ସାବିରି ଓ ଜାକାରିଆ ଆବୋଖାଲାଲ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ବେଲଜିୟମ ଗୋଲ ଶୁଝାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

ବିଜୟ ସହ ମରକ୍କୋ ଏଫ ଗ୍ରୁପରେ ବେଲଜିୟମକୁ ହଟେଇ ଶୀର୍ଷ ସ୍ଥାନରେ ରହିଛି । ମରକ୍କୋ ଷଷ୍ଠ ଥର ପାଇଁ ବିଶ୍ୱକପ ଖେଳୁଛି । ଚଳିତ ସଂସ୍କରଣରେ ସାଉଦି ଆରବ ପୂର୍ବତନ ଚାମ୍ପିୟନ ଆର୍ଜେଂଟିନାକୁ ଏବଂ ଜାପାନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛନ୍ତି ।

Leave A Reply

Your email address will not be published.