Latest Odisha News

BREAKING NEWS

ବରଫ ତଳୁ ୫୦ ହଜାର ବର୍ଷ ତଳର ଭୂତାଣୁକୁ ଜୀବିତ କରାଇଲେ ବୈଜ୍ଞାନିକ

ମସ୍କୋ: ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ଟିମ ବିଶ୍ୱର ସବୁଠାରୁ ପୁରାତନ ଭୂତାଣୁକୁ ଜୀବିତ କରିବାରେ ସଫଳ ହୋଇଛନ୍ତି । ଏହି ଭାଇରସ କୋଟି କୋଟି ବର୍ଷ ହେବ ସାଇବେରିୟାର ବରଫ ତଳେ ଜମି ରହିଥିଲା । ବୈଜ୍ଞାନିକଙ୍କ ମତରେ ଏହି ଭାଇରସ ମନୁଷ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ଜୀବିତ ହେବା ପରେ ଏହି ଭାଇରସ ଲ୍ୟାବରେ ଏମିବାକୁ ସଂକ୍ରମିତ କରିଥିଲା । ଯାହା କି ଏକ ଚିନ୍ତାର କାରଣ ବୋଲି ସେମାନେ କହିଛନ୍ତି । ପୂର୍ବରୁ ୩୦ ହଜାର ବର୍ଷ ତଳେ ବୈଜ୍ଞାନିକମାନେ ଭାଇରସକୁ ଜୀବିତ କରିବାରେ ସଫଳ ହୋଇଥିଲେ । ଗ୍ଲୋବାଲ ୱାର୍ମିଂ ଯୋଗୁ ସାଇବେରିଆରେ ବରଫ ତରଳିବା ଆରମ୍ଭ ହୋଇଛି । ଏହା ତରଳିଲେ ଅନେକ ନୂତନ ଭାଇରସ ସିଧାସଳଖ ମନୁଷ୍ୟ, ପଶୁ, ପକ୍ଷୀ ଓ ଉଦ୍ଭିଦଙ୍କ ସହ ଜଡିତ ହୋଇଯିବ । ଯାହା ଏକ ଭୟଙ୍କର ବିପଦକୁ ଡାକି ଆଣିବ ।

କେଉଁ ଭାଇରସ କଣ ସଂକ୍ରମିତ କରିବ ତାର ଗବେଷଣା କରିବା ସମୟ ସାପେକ୍ଷ । ସବୁଠାରୁ ସହଜ ରାସ୍ତା ହେଲା ପରିବେଶକୁ ସୁରକ୍ଷିତ ରଖିବା । ପରିବେଶ ଯେତେ ଖରାପ ହେବ ଆମେ ସେତେ ପ୍ରକାର ବିପଦର ସମ୍ମୁଖୀନ ହେବା ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ରୁଷ, ଫ୍ରାନ୍ସ ଓ ଜର୍ମାନୀର ଏକ ଟିମ ଏହି ଗବେଷଣା କରିଥିଲେ । ସେମାନେ ଏ ଭଳି ୭ଟି ପୁରାତନ ଭାଇରସ ଉପରେ ଆହୁରି ଗବେଷଣା ଜାରୀ ରଖିଛନ୍ତି ।

Leave A Reply

Your email address will not be published.