Latest Odisha News

BREAKING NEWS

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ ପିଜ୍ଜା,ବର୍ଗର, ପାସ୍ତା, ଇନ୍‌ଷ୍ଟାଣ୍ଟ ନୁଡୁଲ୍ସ, ସୁପ୍‌, ବିସ୍କୁଟ୍‌, କୋଲ୍ଡ ଡ୍ରିଙ୍କ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ତେବେ ଏହି ସମସ୍ତ ଖାଦ୍ୟ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇବା ସହ ଆମ ଜୀବନ ମଧ୍ୟ ନେଇପାରେ  ।

ଯଦି ଆପଣ ଏଭଳି ଫାଷ୍ଟ ଫୁଡ୍ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଖାଦ୍ୟ ଖାଇବା ଦ୍ୱାରା ମହାରାତ୍ମକ କ୍ୟାନସର୍ ରୋଗ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି  ।

ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଫାଷ୍ଟଫୁଡ୍ ତଥା ବିଭିନ୍ନ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟର ଦୀର୍ଘକାଳୀନ ବ୍ୟବହାର ଦ୍ବାରା କଲୋନ୍ କ୍ୟାନସର୍ ତଥା ଅନ୍ତନଳୀ କର୍କଟ ରୋଗର ଆଶଙ୍କା ବଢ଼ାଇପାରେ। ଯଦି ଜଣେ ବ୍ୟକ୍ତିର ନିଜ ଜୀବନଶୈଳୀରେ ଅଧିକ ଦିନ ଖରାପ ଖାଦ୍ୟ ଖାଆନ୍ତି ତେବେ ସେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ଖାଉଥିବା ୨୯ ପ୍ରତିଶତ ପୁରୁଷଙ୍କ ଠାରେ ଏହି ରୋଗ ହେବା ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । କେବଳ ସେତିକି ନୁହେଁ ଯେଉଁ ମହିଳାମାନେ ଅଧିକ ମାତ୍ରାରେ ରେଡି-ଟୁ-ଇଟ୍ ଖାଦ୍ୟ ଖାଉଛନ୍ତି ସେମାନଙ୍କ ଠାରେ ୧୭ ପ୍ରତିଶତ କଲୋନ କ୍ୟାନ୍‌ସର ହେବା ଆଶଙ୍କା ରହିଥିବା ରିସର୍ଚ୍ଚରୁ ଜଣାପଡିଛି।

ଏଥିସହ ଏହି ଖାଦ୍ୟ ଅଧିକ କ୍ୟାଲୋରୀଯୁକ୍ତ ତେଣୁ ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ । ପ୍ରାୟ ୨୩,୦୦୦ ଲୋକଙ୍କ ଉପରେ କରାଯାଇଥିବା ଅନ୍ୟ ଏକ ଅନୁସନ୍ଧାନରେ ବୈଜ୍ଞାନିକମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ଖାଉଥିବା ଲୋକଙ୍କ ମଧ୍ୟରେ ଅଧିକ ମୃତ୍ୟୁ ହାର ହେଉଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟଠାରୁ ଦୂରେଇ ରହିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

 

Leave A Reply

Your email address will not be published.