Latest Odisha News

BREAKING NEWS

ଗରୁଡ଼ ପୁରାଣ ଅନୁସାରେ ଏହି ୫ଟି ଅଭ୍ୟାସ ପାଇଁ ଆପଣ ହୋଇ ପାରନ୍ତି କାଙ୍ଗାଳ

ହିନ୍ଦୁ ଧର୍ମର ୧୮ଟି ବଡ଼ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ । ଗରୁଡ଼ ପୁରାଣରେ ମୁଖ୍ୟ ଦେବତା ବିଷ୍ଣୁ । ଭଗବାନ ବିଷ୍ଣୁ ତାଙ୍କ ବାହନ ଅନେକ ପ୍ରଶ୍ନ ପଚାରିଥିବା ବେଳେ ଭଗବାନ ବିଷ୍ଣୁ ଉତ୍ତର ଦେଇଥିବା ମାନ୍ୟତା ରହିଛି । କୁହାଯାଏ ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ଲାଗି ଏଥିରେ ଅନେକ ଉପାୟ ରହିଛି । ଏହି ଉପାୟକୁ ପାଳନ କଲେ ସଫଳତା ମିଳେ ବୋଲି କୁହାଯାଏ ।

ଗରୁଡ଼ ପୁରାଣରେ ଅନେକ କଥା ରହିଥିବା ବେଳେ ଏହାର ପାଳନ ଆପଣଙ୍କୁ ମୃତ୍ୟୁ ପରେ ସ୍ୱର୍ଗର ଜାଗା ଦେଇପାରେ । ତେବେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣରେ କେଉଁ ୫ଟି କାମ କଲେ ମାଡ଼ି ଆସେ ଘୋର ଦାରିଦ୍ର୍ୟ ।

୧- ମଇଳା ପୋଷାକ ପରିଧାନ

ଗରୁଡ଼଼ ପୁରାଣ ଅନୁସାରେ, ଯଦି କେହି ସବୁ ସମୟରେ ମଇଳା ପୋଷାକ ପିନ୍ଧେ ତ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । କାରଣ ମାଆ ଲକ୍ଷ୍ମୀଙ୍କୁ ସଫାସୁତୁରା ବହୁତ ପସନ୍ଦ । ଯେଉଁ ଘର ସଫାସୁତୁରା ରୁହେ ସେଠି ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ ।

୨- ଅନ୍ୟର ଦୁର୍ବଳତା ଖୋଜିବା

ଗରୁଡ଼ ପୁରାଣ ଅନୁସାରେ, ଯେଉଁ ଲୋକ ସବୁବେଳେ ଅନ୍ୟକୁ ସମାଲୋଚନା କରେ ତା’ଠାରେ ଦାରିଦ୍ର୍ୟ ଲାଗି ରୁହେ । ଅନ୍ୟ ଉପରେ ଚିତ୍କାର କରିବା, ଅନ୍ୟର ଖରାପ ଚାହିଁବା ଓ ଅନ୍ୟ ବିଷୟରେ ଖରାପ କହିବା ଲୋକ ଏହି ଶ୍ରେଣୀରେ ଅଛନ୍ତି ।

୩- ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଶୋଇବା

ଗରୁଡ଼ ପୁରାଣ ଅନୁସାରେ, ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତି ଅଳସୁଆ ହୋଇଥାନ୍ତି । ଅଳସୁଆ ଲୋକ ଜୀବନରେ ଅନେକ ଅସୁବିଧାରେ ପଡ଼ିଥାନ୍ତି । ତେଣୁ କାମ ବେଳେ ଅଳସୁଆମି ପରିହାର୍ଯ୍ୟ କରନ୍ତୁ ।

୪- ଧନକୁ ନେଇ ଗର୍ବ

ଗରୁଡ଼ ପୁରାଣ ଅନୁସାରେ, ଯେଉଁମାନେ ନିଜ ପାଖରେ ଥିବା ଧନକୁ ନେଇ ଗର୍ବ କରନ୍ତି ସେମାନେ ବୌଦ୍ଧିକ ରୂପେ ଦୁର୍ବଳ ହୋଇ ଯାଆନ୍ତି । ଏଭଳି ଲୋକଙ୍କ ଘରେ ମାଆ ଲକ୍ଷ୍ମୀ ଅଧିକ ଦିନ ରୁହନ୍ତି ନାହିଁ ।

୫- ପରିଶ୍ରମ ନ କରିବା

ଗରୁଡ଼ ପୁରାଣ ଅନୁସାରେ, ଯେଉଁ ଲୋକ ଦିଆଯାଇଥିବା କାମକୁ ଠିକ୍ ଭାବେ କରନ୍ତି ନାହିଁ ଏବଂ ଅନ୍ୟର କାମକୁ ଚୋରାଇ ଅପମାନିତ କରିବାକୁ ଚେଷ୍ଟା କରନ୍ତି ସେମାନେ ସଫଳ ହୋଇ ପାରନ୍ତି ନାହିଁ ।

Leave A Reply

Your email address will not be published.