Latest Odisha News

୧୯ ବର୍ଷରୁ କମ ଟି୨୦ ବିଶ୍ୱକପ : ଆମେରିକା ଟିମ ଦେଖି ଲୋକେ କହିଲେ, ଏହା ଭାରତ ବି’ ଟିମ

ଡର୍ବାନ: ଦକ୍ଷିଣ ଆଫ୍ରିକାରେ ଆସନ୍ତା ମାସରୁ ଆରମ୍ଭ ହେବ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ । ଏ ନେଇ ଆଜି ଆମେରିକାର ଟିମ ଘୋଷଣା କରାଯାଇଥିଲା । ତେବେ ଏହି ଟିମର ଖେଳାଳିମାନଙ୍କ ନାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା । ଅଧିକାଂଶ ଖେଳାଳି ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଏହାକୁ ଭାରତର ବି ଟିମ ବୋଲି ମଧ୍ୟ କୁହଯାଇଛି । ସବୁଠାରୁ ମଜା କଥା ଦଳର କୋଚ ଦାୟିତ୍ୱ ଶିବନାରିନ ଚନ୍ଦରପାଲଙ୍କୁ ଦିଆଯାଇଛି । ୧୪ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଦଳର ନେତୃତ୍ୱ ଗୀତିକା କୋଡାଲୀଙ୍କୁ ପ୍ରଦାନ କରାଯାଇଛି ।

ଅନୀକା କୋଲନ, ଅଦିତି ଚୂଡାସମ ଓ ଭୂମିକା ଭଦ୍ରରାଜୁଙ୍କ ପରି ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଆମେରିକା ଗ୍ରୁପ ଏ’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଶ୍ରୀଲଙ୍କା ରହିଛନ୍ତି । ଭାରତ ସହ ଆମେରିକାର ଯଦି ମୁକାବିଲା ହୁଏ ତାହା ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

Comments are closed.