Latest Odisha News

ନୂଆ ବର୍ଷରୁ ଆସିବ ୧୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିବ ନୂଆ ନୋଟ୍‌  । ସେ ପୁଣି ୧୦୦୦ ଟଙ୍କିଆ ନୋଟ୍‌  । ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବା ନେଇ ଚାଲିଛି ଚର୍ଚ୍ଚା।

ସୂଚନା ଅନୁଯାୟୀ, ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆଣିବା ପାଇଁ ଲୋକମାନେ ଦାବି କରି ଆସୁଥିଲେ  । ତେବେ କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍ ବନ୍ଦ ଅର୍ଥାତ୍ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବଜାରକୁ ନୂଆ ୧୦୦୦ ଟଙ୍କିଆ ନୋଟ୍ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ତାହା ପୁଣି ୨୦୨୩ ଜାନୁୟାରୀ ୧ରୁ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।

ଏ ସମସ୍ତ ଚର୍ଚ୍ଚା ଭିତରେ ସତ କ’ଣ କହିରଖୁଛୁ,  କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ବିବୃତି ରଖାଯାଇଥିଲା । କୁହାଯାଇଥିଲା କି, ୨୦୧୮-୧୯ରୁ ୨୦୦୦ଟଙ୍କା ନୋଟ୍ ମୁଦ୍ରଣ ପାଇଁ କୌଣସି ନୂତନ ପ୍ରସ୍ତାବ ଦିଆଯାଇ ନାହିଁ । ହେଲେ ଏହି କଥାକୁ ନେଇ ସୋସିଆଲ ମିଡିଆରେ ୧୦୦୦ ଟଙ୍କିଆ ନୋଟ ଫେରସ୍ତ ଖବର ପ୍ରଚାରିତ ହୋଇଥିଲା । ଏହି ଖବର ଜାଣି ପ୍ରେସ୍ ଇନଫରମେସନ୍ ବ୍ୟୁରୋ ବା (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟକୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ୧୦୦୦ ଟଙ୍କିଆ ନୋଟ୍ ଖବର ମିଥ୍ୟା ବୋଲି କୁହାଯାଇଥିଲା । ଦୟାକରି ଏପରି ବିଭ୍ରାନ୍ତିକର ବାର୍ତ୍ତା ଭାଇରାଲ କରନ୍ତୁ ନାହିଁ ବୋଲି କୁହାଯାଇଥିଲା ।

ଏନେଇ ଆରଟିଆଇ ମଧ୍ୟ ସୂଚନା ଦେଇଛି । ଆରବିଆଇ କହିଛି ୨୦୧୯ରୁ ୨୦୨୨ ଯାଏଁ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ୍ ଛପାଯାଇନାହିଁ । ନଭେମ୍ବର ୮, ୨୦୧୬ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କା ପୁରୁଣା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

 

Leave A Reply

Your email address will not be published.