Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ନେଇ ପ୍ରସ୍ତୁତି ବୈଠକ

ପୁରୀ: ଚଳିତ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ରହିଛି । ଏ ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ବିଭାଗକୁ ସେମାନଙ୍କ କାର୍ଯ୍ୟ ସୂଚାରୁରୂପେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଆଇନ ଶୃଙ୍ଖଳା, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ, ପରିମଳ ପରି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାଗୁଡିକୁ ଠିକ ଭାବେ ତୁଲାଇବା ପାଇଁ କହିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ଜାନୁୟାରୀ ୨୬ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟ ପୁରୀରେ ଆୟୋଜିତ ହେବାକୁ ଅଛି ।

Leave A Reply

Your email address will not be published.