Latest Odisha News

ଝିଅର ଆପତ୍ତିଜନକ ଭିଡିଓ ସେୟାର ନକରିବାକୁ କହିବାରୁ ବିଏସଫ ଯବାନଙ୍କୁ ହତ୍ୟା !

ଅହମଦାବାଦ: ଗୁଜରାଟର ନାଡିଆଦ ଜିଲ୍ଲାରେ ଜଣେ ବିଏସଏଫ ଯବାନଙ୍କୁ ହତ୍ୟା। ସୋଶିଆଲ ମିଡିଆରେ ତାଙ୍କ ଝିଅର ଏକ ଆପତ୍ତିଜନକ ଭିଡିଓ ସେୟାର ହେଉଥିବାରୁ ଏପରି ନକରିବାକୁ ଜଣଙ୍କ ଘରକୁ ମନା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରତିପକ୍ଷ ଲୋକ ବାଡିରେ ଆକ୍ରମଣ କରିବାରୁ ବିଏସଏଫ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ବିଏସଏଫ ଯବାନ ମେଲଜିଭାଇ ଭାଗେଲା ଜଣେ ୧୫ ବର୍ଷର ବାଳକଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ନିବେଦନ କରିଥିଲେ ଯେ ତାଙ୍କ ଝିଅର ଆପତ୍ତିଜନକ ଭିଡିଓ ସୋଶିଆଲ ମିଡିଆରେ ସେୟାର ନକରିବାକୁ। ଏହି ସମୟରେ ଭାଗେଲା ତାଙ୍କ ପୁଅ ନବଦୀପ ଏବଂ ତାଙ୍କ ପତ୍ନୀ ମଧ୍ୟ ଯାଇଥିଲେ। ପରେ ନାବାଳିକର ପରିବାର ସଦସ୍ୟ ସେମାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଯେତେବେଳେ ଯବାନ ଆପତ୍ତି କଲେ, ସେମାନେ ବାଡ଼ି ଓ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ମଧ୍ୟ ତାଙ୍କ ପୁଅ ଉପରେ ଆକ୍ରମଣ କରିଥିଲେ। ପୁଅର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ବିଏସଏଫ ଯବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ପୋଲିସ ଏବେ ଧାରା ୩୦୨, ୩୦୭, ୩୨୨, ୫୦୪, ୧୪୩, ୧୪୭ ଏବଂ ୧୪୯ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

 

Comments are closed.