Latest Odisha News

BREAKING NEWS

ଦୁଇଟି ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍ରାଠାରେ ଅନୁଷ୍ଠିତ ହୋଇଥିବା ଜେଇ ୱିଲସନ୍ ଅନ୍ତର୍ଜାତୀୟ ସିରିଜ୍ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଭିନ୍ନ ବିଭାଗର ଫାଇନାଲ ମ୍ୟାଚ ଜିତି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପ୍ରତିଯୋଗିତାର ମହିଳା ଡ଼ବଲ୍ସ ଏବଂ ମିକ୍ସଡ଼ ଡ଼ବଲ୍ସ ବିଭାଗରେ ଏହି ସଫଳତା ହାସଲ କରିପାରିଛନ୍ତି ।

ମିକ୍ସଡ଼ ଡ଼ବଲ୍ସ ବିଭାଗରେ ଋତୁପର୍ଣ୍ଣା ଶ୍ଳୋକ ରାମଚନ୍ଦ୍ରନଙ୍କୁ ସାଥୀ କରି ଖେଳୁଥିଲେ । ସେମାନେ ଫାଇନାଲରେ ଟୁର୍ଣ୍ଣାମେଣ୍ଟର ଟପସିଡ୍ ଭାରତୀୟ ଯୋଡ଼ି ଅର୍ଜୁନ ଓ ମନିଷା କେଙ୍କୁ ୨୧-୧୯ ଓ ୨୧-୧୫ ରେ ପରାସ୍ତ କରିପାରିଛନ୍ତି ।

ସେହିପରି ମହିଳା ଡ଼ବଲ୍ସ ବିଭାଗରେ ଋତୁପର୍ଣ୍ଣା ମନିଷାଙ୍କୁ ସାଥୀକରି ଖେଳୁଥିଲେ । ଫାଇନାଲରେ ଏହି ଯୋଡ଼ି ନାଇଜେରୀୟ ଯୋଡ଼ି ଡ଼ରକାସ ଆଜୋକ ଆଡ଼େସକାନ ଏବଂ ଉଚ୍ଛେଛୁକୁ ଦେବୋରା ଉକେଙ୍କୁ ୨୧-୧୧ ଓ ୨୧-୧୧ ରେ ପରାସ୍ତ କରିଛନ୍ତି ।

Leave A Reply

Your email address will not be published.