Latest Odisha News

ତୁନିଶାଙ୍କ ସହ ମିଷ୍ଟ୍ରିମ୍ୟାନ୍‌ ! ଭାଇରାଲ୍‌ ଭିଡିଓକୁ ନେଇ ଉଠିଲା ପ୍ରଶ୍ନ ?

ମୁମ୍ବାଇ : ତୁନିଶା ମୃତ୍ୟୁ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଗତ ଡିସେମ୍ବର ୨୪ ତାରିଖରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ ।ତୁନିଶାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଶିଜାନ-ଖାନ୍‌ ଜେଲରେ ରହିଛନ୍ତି । କିନ୍ତୁ ତୁନିଶାଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଗୁମର ଖୋଲୁଛି ।

କୁହାଯାଉଥିଲା ତୁନିଶାଙ୍କର ଶିଜାନ ଖାନ୍‌ଙ୍କ ସହ ବ୍ରେକଅପ୍‌ ହେବାରୁ ତୁନିଶା ଡିପ୍ରେସନରେ ରହିଥିଲେ । କିନ୍ତୁ ଏବେ ଗୌରବ ଭଗତଙ୍କ ସହ ଏକ ଭିଡିଓ ସୋଶିଆଲ ମିଡିଆାରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି  । ଭିଡିଓରେ ଗୌରବ ଭଗତଙ୍କ ସହ ତୁନିଷାଙ୍କ ଏହି ଘନିଷ୍ଠତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି  । ଇନଷ୍ଟାଗ୍ରାମରେ ଗୌରବ ଭଗତ ଏହି ଭିଡିଓ ସେୟାର କରି ସେ ତୁନିଶାଙ୍କୁ ବହୁତ ମନେ ପକାଉଥିବାର କ୍ୟାପସନ୍‌ରେ ଲେଖିଛନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି  । ଏହି ମିଷ୍ଟ୍ରିମ୍ୟାନ ଜଣକ କିଏ ? ତୁନିଶାଙ୍କ ସହ ତାଙ୍କର କଣ ସମ୍ପର୍କ ରହିଛି ? ଏସବୁ ପ୍ରଶ୍ନ ଏବେ ତୁନିଶା ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆଣିଦେଇଛି  ।

 

View this post on Instagram

 

A post shared by Gaurav (@gauravbhagatt)

ସେପଟେ ତୁନିଶାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ  ସିଜାନ ଖାନଙ୍କୁ ଦାୟୀ କରିଥିବା ବେଳେ ଆଜି ସିଜାନଙ୍କ ପରିବାର ଏବଂ ତାଙ୍କ ଓକିଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ପ୍ରେସ କନଫରେନ୍ସରେ ସିଜାନଙ୍କ ପରିବାର ଲୋକ ମଧ୍ୟ ଉତ୍ତର ରଖିଥିଲେ  ।

 

Comments are closed.