Latest Odisha News

BREAKING NEWS

ଡେନ୍‌ମାର୍କ ଗସ୍ତର ଫଟୋ ସେୟାର କଲେ ଆଥାର୍‌ଙ୍କ ଦ୍ବିତୀୟ ପତ୍ନୀ

ନୂଆଦିଲ୍ଲୀ : ଆାପଣମାନେ ଜାଣିଥିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ବା ଆଇଏଏସ୍‌ ଆଥାର ୨୦୨୨ ମସିହାରେ ଦ୍ବିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ବିତୀୟ ପତ୍ନୀ ଜଣେ ଡାକ୍ତର। ଆଥାରଙ୍କ ଦ୍ବିତୀୟ ପତ୍ନୀ ଡା.ମେହରିନ କାଜି ହେଉଛନ୍ତି କଶ୍ମୀରର ବାସିନ୍ଦା। ଆଇଏଏସ୍‌ ଆଥାର ଓ ତାଙ୍କ ଡାକ୍ତର ପତ୍ନୀ କିଛି ଦିନ ତଳେ ଡେନ୍‌ମା‌ର୍କ ବୁଲିବାକୁ ଯାଇଥିଲେ।

ସେହି ସମୟର କିଛି ଫଟୋ ମେହେରିନ୍‌ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି । ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ପ୍ରଶଂସକମାନେ ‘ହନିମୁନ୍‌ କିପରି ଗଲା?’ ବୋଲି ପ୍ରଶ୍ନ କରିଛନ୍ତି।

ତେବେ ବିବାହ ପରେ ଦୁହେଁ ପ୍ରଥମ ଥର ବାହାରକୁ ଯାଇଥିବାରୁ ଏହା ସେମାନଙ୍କ ହନିମୁନ୍‌ ଟ୍ରିପ୍‌ ହୋଇଥାଇପାରେ ବୋଲି ପ୍ରଶଂସକ ଅନୁମାନ କରୁଛନ୍ତି। ମେହରିନ ସେୟାର୍‌ କରିଥିବା ଫଟୋଗୁଡ଼ିକରେ ସେ ବେଶ୍‌ ଷ୍ଟାଇଲିସ୍‌ ଲାଗୁଛନ୍ତି।

 

Comments are closed.