Latest Odisha News

BREAKING NEWS

ଫ୍ରୋଜେନ ମଟର ବ୍ୟବସାୟ କରନ୍ତୁ..ପାଆନ୍ତୁ ୫୦ରୁ ୮୦ ପ୍ରତିଶତ ଲାଭ

ଭୁବନେଶ୍ଠର: ଶୀତଦିନେ ବଜାରରେ ଫ୍ରୋଜେନ ମଟରର ବେଶ୍ ଚାହିଦା ରହିଛି । ଏପରି ପରିସ୍ଥିତିରେ ଆପଣ ଏହି ବ୍ୟବସାୟ ଆରମ୍ଭ କରି ବହୁତ ଭଲ ରୋଜଗାର କରିପାରିବେ । ସାଧାରଣତଃ ସମସ୍ତେ ଫ୍ରୋଜନ ମଟର ତରକାରୀ ପସନ୍ଦ କରନ୍ତି । ଘରେ ଘରେ ପ୍ରିୟ ଖାଦ୍ୟ ଭାବରେ ମଟର ବ୍ୟବହୃତ ହେଉଥାଏ ।  ତେଣୁ ବଜାରରେ ଏହାର ଚାହିଦା ବି ରହିଛି ।

ମଟରର ଚାହିଦା ବର୍ଷସାରା ରହିଥିବାବେଳେ କେବଳ ଶୀତଦିନରେ ଚାଷ କରାଯାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଫ୍ରୋଜନ ମଟରର ବ୍ୟବସାୟ କରନ୍ତି, ତେବେ ଏଥିରେ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି ।

ଫ୍ରୋଜନ ମଟର କିପରି ପ୍ରସ୍ତୁତ କରିବେ

ଫ୍ରୋଜନ ମଟର ତିଆରି କରିବାକୁ ପ୍ରଥମେ ମଟରକୁ ଛାଣି, ଏହା ପରେ ମଟରକୁ ପ୍ରାୟ ୯୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ଫୁଟାନ୍ତୁ । ପରେ ମଟରକୁ ୩ ରୁ ୫ ଡିଗ୍ରୀ ସେଲସିୟସ୍ ଥଣ୍ଡା ପାଣିରେ ରଖନ୍ତୁ  । ଯାହା ଫଳରେ ଏଥିରେ ଥିବା ସମସ୍ତ ଜୀବାଣୁ ମରିଯିବେ । ଏହାପରେ ଏହି ମଟରକୁ ପ୍ୟାକେଟ କରି ବଜାରରେ ବିକ୍ରି କରିପାରିବେ।

ଆପଣ ଏହି ବ୍ୟବସାୟ ଏକ ଛୋଟ କୋଠରୀରୁ ମଧ୍ୟ ଆରମ୍ଭ କରିପାରିବେ । ଫ୍ରୋଜନ ମଟର ଛଡାଇବାକୁ ଆପଣଙ୍କୁ କିଛି ଶ୍ରମିକ ଦରକାର ପଡିବ। ବଡ଼ ଆକାରରେ ବ୍ୟବସାୟ କରିବାକୁ ୪ ରୁ ୬ ହଜାର ବର୍ଗଫୁଟ ଜାଗା ଆବଶ୍ୟକ । ଏହା ବ୍ୟତୀତ କିଛି ମେସିନର ଆବଶ୍ୟକ ମଧ୍ୟ ପଡ଼ିପାରେ । ତେବେ ଏହି ବ୍ୟବସାୟକୁ ବଡ ଆକାରରେ ଆରମ୍ଭ କରିବାକୁ ହେଲେ, ଆପଣଙ୍କୁ ସରକାରଙ୍କଠାରୁ ଲାଇସେନ୍ସ ନେବାକୁ ପଡିବ ।

ମାର୍କେଟିଂ

ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଏହା ଉପରେ ଗବେଷଣା ନିଶ୍ଚୟ ଆବଶ୍ୟକ, ଯାହାଫଳରେ ଆପଣ ବଜାରରେ ଫ୍ରୋଜନ ମଟରର କେତେ ଚାହିଦା ରହିଛି ଜାଣିପାରିବେ । ଏପରି ପରିସ୍ଥିତିରେ, ଆପଣ ପୂର୍ବରୁ କିଛି ଦୋକାନୀଙ୍କ ସହିତ ଚୁକ୍ତି କରିବା ସହ ଆଖପାଖରେ ଥିବା ବଡ ବଡ ରେଷ୍ଟୁରାଣ୍ଟ, ଢାବା ଏବଂ ହୋଟେଲକୁ ଯୋଗାଇ ପାରିବେ ।

ରୋଜଗାର

ଫ୍ରୋଜନ ମଟର ବ୍ୟବସାୟରେ, ଆପଣ ସହଜରେ ୫୦ ରୁ ୮୦ ପ୍ରତିଶତ ଲାଭ କରିପାରିବେ । ଆପଣ କିଲୋଗ୍ରାମରୁ ୧୫ ରୁ ୨୦ ଟଙ୍କା ଦରରେ କୃଷକମାନଙ୍କଠାରୁ ମଟର ପାଇ, ଶ୍ରମିକମାନଙ୍କ ସାହାଯ୍ୟରେ ଏହାକୁ ଭଲ ଭାବରେ ଫ୍ରିଜ୍ କରି ବଜାରରେ କିଲୋଗ୍ରାମ ପିଛା ୧୫୦ ରୁ ୨୦୦ ଟଙ୍କା ମୂଲ୍ୟରେ ବିକ୍ରି କରି ପାରିବେ ।

Leave A Reply

Your email address will not be published.