Latest Odisha News

ଚା’ ଦୋକାନ ପାଇଁ ଛାଡ଼ିଦେଲେ ବ୍ରିଟିଶ କାଉନ୍ସିଲ୍ ଚାକିରି

ନୂଆଦିଲ୍ଲୀ: ବାଣିଜ୍ୟେ ବସତି ଲକ୍ଷ୍ମୀ । ବ୍ୟବସାୟ ଯେଉଁଠି ଲକ୍ଷ୍ମୀଙ୍କ ବସିତି ସେଇଠି । ସେଥିପାଇଁ ସେ ସୁନ୍ଦର ଚାକିରି, ଉଚ୍ଚ ଦରମାକୁ ଏଡାଇ ଦେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଆଗେଇ ଆସିଲେ । ବ୍ରିଟିଶ କାଉନସିଲ ପରି ଚାକିରି ଛାଡ଼ି ଶେଷରେ ଚା’ ଦୋକାନ କରିବାକୁ ଆଗେଇ ଆସିଲେ ।

ସମସ୍ତେ ପାଠ ପଢନ୍ତି ଭଲ ଚାକିରୀଟିଏ କରିବା ପାଇଁ । କାହା ପାଇଁ ପାଠ ପଢି ଚାକିରୀ କରିବା ଫ୍ୟାଶନ ତ କାହାପାଇଁ ଜରୁରୀ ଆବଶ୍ୟକତା । ହେଲେ ଆମେ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆବଶ୍ୟକତା ପାଇଁ ପାଠ ପଢିଲେ କିନ୍ତୁ ଫ୍ୟାଶନ ଅନୁଯାୟୀ କାମ କରି ରୋଜଗାର ବି କଲେ । ଯୁବତୀଙ୍କ ନାଁ ଶର୍ମିଷ୍ଠା ଘୋଷ । ସେ  ଇଂରାଜୀରେ ଏମ.ଏ କରିଛନ୍ତି । ବ୍ରିଟିଶ କାଉନସିଲରେ ଚାକିରି ବି କରିଥିଲେ । ଏପରିକି ଭଲ ଦରମା ବି ପାଉଥିଲେ । ହେଲେ ଏହି ଚାକିରିରେ ସେ ଆତ୍ମ ସନ୍ତୋଷ ପାଇ ପାରୁ ନ ଥିଲେ ବୋଧହୁଏ । ଶଷରେ ଚାକିରି ଛାଡି ରାସ୍ତାକଡରେ କଲେ ଚା’ ଦୋକାନ ।

ସେ ହୃଦବୋଧ କଲେ, ଆଜିକାଲିର ଯୁବପୀଢି ଚା ପିଇବାକୁ ଖୁବ ପସନ୍ଦ କରନ୍ତି । ତେଣୁ ସେ ଚିନ୍ତାକଲେ ଏକ ଟି ଷ୍ଟଲ ଖୋଲିବେ । ତେଣୁ ସେ ବ୍ରିଟିଶ କାଉନସିଲର ଚାକିରି ଛାଡି  ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳର ଗୋପୀନାଥ ବଜାରରେ ଠେଲାଗାଡ଼ିରେ ଛୋଟିଆ ଚା’ ଷ୍ଟଲ୍‌ଟିଏ ଖୋଲିଛନ୍ତି । ତାଙ୍କର ଏହି ଚା’ ଷ୍ଟଲକୁ ନେଇ ବେଶ ଚର୍ଚ୍ଚା । ଏମଏ ବାଲି ଚା ଷ୍ଟଲ ନାମରେ ତାଙ୍କର ଦୋକାନର ବେଶ ଖ୍ୟତି ବି ରହିଛି ।

ଏହା ପୂର୍ବରୁ ଶର୍ମିଷ୍ଠା ବ୍ରିଟିସ୍‌ କାଉନ୍‌ସିଲ୍‌ରେ ଚାକିରି କରୁଥିଲେ। କିନ୍ତୁ, ସ୍ୱାଧୀନ ଭାବେ କିଛି କରିବା ଇଛାଶକ୍ତି ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା। ତାଙ୍କର ଇଛା, ସେ ଚାରିଆଡ଼େ ଖୋଲିଥିବା ପ୍ରସିଦ୍ଧ ଚା ପ୍ରତିଷ୍ଠାନ ‘ଚାୟୋସ୍‌’ ପରି ବଡ଼ ଚା-କାଫେ ଚେନ୍‌ଟିଏ ଖୋଲିବେ।  ସଞ୍ଜୟ ଖାନ୍ନା ନାମରେ ଜଣେ ଅବସରପ୍ରାପ୍ତ ଭାରତୀୟ ସେନା ବ୍ରିଗେଡିୟର୍‌ ଶର୍ମିଷ୍ଠାଙ୍କ ବିଷୟର ‘ଲିଙ୍କ୍‌ଡ୍‌ଇନ୍‌’ରେ ସେୟାର୍‌ କରିଛନ୍ତି। ଶର୍ମିଷ୍ଠାଙ୍କ ଫଟୋ ସହିତ ସେ ଲେଖିଛନ୍ତି, ମୁଁ କୌତୂହଳ ହୋଇ ତାଙ୍କର ଏମିତି କରିବାର କାରଣ ପଚାରିଲି। ସେ କହିଲେ ଯେ, ଏଇ ଚା ଷ୍ଟଲ୍‌ଟିକୁ ସବୁଆଡ଼େ ପ୍ରସିଦ୍ଧ ଚା ଦୋକାନ ‘ଚାୟୋସ୍‌’ ପରି କରିବା ପାଇଁ ତାଙ୍କର ଆଶା ଓ ଆକାଂକ୍ଷା ରହିଛି।

 

Leave A Reply

Your email address will not be published.