ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ । ଟ୍ୟାକ୍ସ ଦେଉ ନାହାନ୍ତି ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୨ ମାସର ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ । ଯାହାକୁ ନେଇ ଐଶ୍ବର୍ଯ୍ୟାଙ୍କ ଘରେ ତଦସିଲଦାରଙ୍କ ନୋଟିସ ପହଁଚିଛି । ନାଶିକ ତହସିଲଦାର ନୋଟିସ ଘରକୁ ପଠାଇଛନ୍ତି । ସୂଚନା ଅନୁଯାୟୀ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ନାଁରେ ଏକ ଜମି ରହିଛି ।
କିନ୍ତୁ ଦୀର୍ଘଦିନ ହେବ ଟିକସ ଦେଉନାହାଁନ୍ତି ବଚ୍ଚନ ପରିବାରର ବଧିୁ । ଯାହା ପାଇଁ ପ୍ରଶାସନ ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୋଇଛି । ଏହି ଜମିର ଟିକସ ବାବଦକୁ ୨୧ହଜାର ୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଯାହାଦ୍ବାରା ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ।
କେବଳ ଐଶ୍ବର୍ଯ୍ୟାଙ୍କୁ ନୁହଁ ସେହି ଅଞ୍ଚଳରେ ୧୨ଶହ ଲୋକଙ୍କୁ ନୋଟିସ ପଠାଇଛି ପ୍ରଶାସନ । ଯାହାଙ୍କ ଭିତରେ ଐଶ୍ବର୍ଯ୍ୟା ମଧ୍ୟ ସାମିଲ ଅଛନ୍ତି । ତେବେ ମାର୍ଚ୍ଚ ମାସ ସୁଦ୍ଧା ଟିକସ ଭରିବାକୁ ନୋଟିସରେ ଉଲ୍ଲେଖ ରହିଛି । ଯେହେତୁ ଆର୍ଥିକ ବର୍ଷ ଭାବେ ମାର୍ଚ୍ଚକୁ ଗଣନା କରାଯାଏ । ତେଣୁ ଏହି ମାସରେ ସମସ୍ତ ଟିକସ ଫାଙ୍କୁଥିବା ଲୋକ ଅର୍ଥ ଦେବାକୁ ବାଧ୍ୟ । ନହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ଥାନୀୟ ପ୍ରଶାସନ ।
କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ଏଭଳି ମାମଲାରେ ଛନ୍ଦି ହୋଇଛନ୍ତି ପୂର୍ବତନ ମିସ ୱାର୍ଲଡ ଐଶ୍ବର୍ଯ୍ୟା । ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ଥମିନାହିଁ । ଇଡିରେ ହାଜର ପାଇଁ ମିଳିଥିଲା ସମନ । ଆଉ ଏବେ ପୁଣି ଟିକସ ଫାଙ୍କିବା ଅଭିଯୋଗରେ ମିଳିଛି ନୋଟିସ । ତେବେ ଏଭଳି ପରିସ୍ଥିତି କୁ କିଭଳି ସାମ୍ନା କରୁଛନ୍ତି ପୂର୍ବତନ ମିସ ୱାର୍ଲଡ ତାହା ଉପରେ ସମସ୍ତଙ୍କ ନଜର ।
Comments are closed.