ଭୁବନେଶ୍ୱର: ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଇଛି । ଓଡ଼ିଶାର ଗରିିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ହେଉ ବିଜେପି ଏହାକୁ ଲୋକଙ୍କଠାରୁ ଛଡ଼ାଇ ନେଇଛି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ।
୍ଣସେ କହିଛନ୍ତି, ଗତ ୧୪ ବର୍ଷ ମଧ୍ୟରେ ରାଜ୍ୟ ବିଜେପି ଓଡିଶା ପାଇଁ ରଣନୀତି ବିଷୟରେ କହୁଛି । ହେଲେ ଏଥିରେ ବିଫଳ ହେଉଛି । ଓଡିଶା ବିଜେପିର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ଷମତା ଏବଂ ରାଜନୀତି । ଓଡିଶାବାସୀଙ୍କ ପାଇଁ କାମ କରିବା କିମ୍ବା ଲୋକଙ୍କ ସମସ୍ୟାର ସମାଧାନ କରିବା ଏହାର ଉଦ୍ଦେଶ୍ୟ ନୁହେଁ ।
ଓଡିଶା ବିଜେପି ଏବଂ ସେମାନଙ୍କ ନେତାମାନେ କେନ୍ଦ୍ରରେ ନିଜର ନେତୃତ୍ୱ ଆଗରେ ଓଡିଶାର ଲୋକଙ୍କ ଅଧିକାର ପାଇଁ କେବେହେଲେ ଲଢେଇ କରନ୍ତି ନାହିଁ । ଓଡ଼ିଶାର ଗରିବଙ୍କ ପ୍ରତି ରାଜ୍ୟ ବିଜେପିର ଅବହେଳା ବିଷୟରେ ଓଡିଶାବାସୀ ଭଲଭାବେ ଅବଗତ ଅଛନ୍ତି । ସେଥିପାଇଁ ଓଡ଼ିଶାର ଜନତା ତାଙ୍କୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମେତ ବିଭିନ୍ନ ନିର୍ବାଚନରେ ଦଳ ପରାଜୟର ସମ୍ମୁଖୀନ ହେଉଛି । ଓଡିଶାର ଲୋକମାନେ ଗରିବ ବିରୋଧୀ, ଓଡିଶା ବିରୋଧୀ ମନୋଭାବ ଯୋଗୁଁ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।
BREAKING NEWS
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି
- ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ
- ମମତାଙ୍କ ଦଳ ଖରାପ? ଅଧୀର ରଞ୍ଜନ କହିଲେ ଟିଏମସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଦେବା ଭଲ
- ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ
- ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ
- କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଦୁଲାଲ, ବଦଳିଯିବ କଂଗ୍ରେସର ଗଣିତ?
- ନବୀନଙ୍କ ଗଡ଼ରେ ମୋଦୀ କରିବେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର, କ’ଣ ରହିଛି ନିର୍ବାଚନ ଗଣିତ?
- ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ
- ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର