Latest Odisha News

BREAKING NEWS

ବାବୁ ବନାମ ନେତା: ବିଡିଓଙ୍କୁ ‘କିରାଣୀ’ କହିଲେ କନକ ବର୍ଦ୍ଧନ ସିଂହ ଦେଓ

ବଲାଙ୍ଗୀର: ବଲାଙ୍ଗୀରରେ ନେତା ବନାମ ବାବୁ ପାର୍ଟ ଟୁ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ଥିବାବେଳେ ପୁଣିଥରେ ସାମ୍ନାକୁ ଆସିଛି ଆଉ ଜଣେ ପ୍ରଶାସନିକ ଅଧିକାରୀ ତଥା ବିଡିଓ ବାବୁ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହ ଦେଓଙ୍କ ମଧ୍ୟରେ କଥା କଟାକଟିର ଖବର।

ବେଲପଡା ବିଡିଓ ମନମାନି କାମ କରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ନଶୁଣି ଏକ ପାଖିଆ ନିଷ୍ପତ୍ତି ନେଉଛନ୍ତି। ବିଜେପି କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଏ ନେଇ ବ୍ଲକ ଅଫିସ ଆଗରେ ଧାରଣା ଦେଇଛନ୍ତି। ହେଲେ ବିଡିଓ କୌଣସି କଥା ଶୁଣନଥିବା ଅଭିଯୋଗ ହୋଇଛି। ବୁଧବାର ଆନ୍ଦୋଳନ ବେଳେ ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ପାଟନାର ରାଜା କନକ ବର୍ଦ୍ଧନ ସିଂହ ଦେଓ ସାମିଲ ହୋଇଥିଲେ। ଏହାପରେ ବିଡିଓ ରାଜା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବାକ୍ୟବାଣରେ ଘାଇଲା ହୋଇଥିଲେ। ଏହି ସମୟରେ କନକ କହିଥିଲେ, ଆପଣ ସମସ୍ତଙ୍କ ସର୍ବେସର୍ବା ହେବାକୁ ଚେଷ୍ଟା କରନ୍ତୁ ନାହିଁ। ଏମିତିକି ବିଡିଓଙ୍କୁ କିରାଣୀ କହି ଅସନ୍ତୋଷ ଝାଡିଥିଲେ ରାଜା କନକ ବର୍ଦ୍ଧନ ସିଂହ ଦେଓ।

ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ଶହ ଶହ ବିଜେପ କର୍ମୀ ଆନ୍ଦୋଳନରେ ବସିଛନ୍ତି। ହେଲେ ବିଡିଓ ଥରୁଟିଏ ବି ବାହାରକୁ ନଆସି ଏକପାଖିଆ ନିଷ୍ପତ୍ତି ନେଉଛନ୍ତି। ରାଜ୍ୟ ସରକାର ଏପରି ଜଣେ ଅଫିସରଙ୍କୁ କେଉଁ ଆଧାରରେ ପ୍ରୋତ୍ସାହନ ଦେଉଛି ତାହା ଏବେ ବଡ ପ୍ରଶ୍ନ ବୋଲି ସେ କହିଛନ୍ତି।

ସେହିପରି ବିଡିଓ ଜଣଙ୍କ କହିଛନ୍ତି, ଯେଉଁ 9 ଦଫା ଦାବି ରହିଛି ତାର ଉତ୍ତର ସେ ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ଏହାର ସେ ଜବାବ ରଖିବେ।

 

 

Comments are closed.