Latest Odisha News

BREAKING NEWS

ଆରମ୍ଭ ହେଲା ଅନୁଗୋଳ ମହୋତ୍ସବ, ବେନି ଦୟାଲଙ୍କ ଗୀତରେ ଝୁମିଲେ ଦର୍ଶକ

Anugul mahatsav inaugurated

ଅନୁଗୋଳ: ଗତକାଲିଠୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ମଜାନେବା ସହ ଭରପୁର ଝୁମିଛନ୍ତି ହଜାର ହଜାର ଦର୍ଶକ । ଅନୁଗୋଳ ଷ୍ଟାଡିୟମ୍‌ରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲଙ୍କ ସହ ଅନୁଗୁଳିଆ ବଣ୍ଟିଙ୍କ କମାଲ ଦେଖିବାକୁ ମିଳିଥିଲେ । ସେମାନେ ଦର୍ଶକଙ୍କୁ ନିଜ କମେଡି ଓ ଗୀତରେ ମତୁଆଲା କରିଥିଲେ । ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ।

ଉଦଘାଟନୀ ଉତ୍ସବ ପରେ ପରେ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ତାଳଚେର ଓ କଣିହାଁ ବ୍ଲକର କଳା ସାଂସ୍କୃତିକ ସଂଘ ନୃତ୍ୟ, ଅନୁଗୋଳର କଳିଙ୍ଗ କଳା ନିକେତନ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଷ୍ଟାଡିୟମ୍ ସମ୍ମୁଖରେ ଥିବା ହାଇସ୍କୁଲ ପଡ଼ିଆରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଛି। ଏଥିରେ ପ୍ରାୟ ୨୦୦ଟି ଷ୍ଟଲ ପଡିଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା  ଘରକରଣା ସାମଗ୍ରୀ ସହ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏହି ମହୋତ୍ସବ ପ୍ରାୟ ୫ଦିନ ଧରି ଚାଲିବ।

Leave A Reply

Your email address will not be published.