Latest Odisha News

BREAKING NEWS

କାହିଁକି ଭୋଡୋଫୋନ-ଆଇଡିଆ ଗ୍ରାହକଙ୍କ ସଂଖ୍ୟା କମୁଛି?

ନୂଆଦିଲ୍ଲୀ: ଦେଶରେ ଟେଲିକମ ବଜାରରେ ମାନ୍ଦାବସ୍ଥା ଜାରି ରହିଛି। ଗୋଟିଏ ପଟେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ କ୍ରମାଗତ ଭାବରେ ୫ଜିକୁ ଆଧାର କରି ଗ୍ରାହକଙ୍କ ସଂଖ୍ୟା ବଢାଇଚାଲିଛନ୍ତି। ଅନ୍ୟପଟେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭୋଡା ଆଇଡିଆର ଗ୍ରାହକମାନେ ମଧ୍ୟ ଅନ୍ୟ ନେଟଓ୍ୱର୍କକୁ ପୋର୍ଟେବୁଲ କରିବା ଆରମ୍ଭ କରିଛନ୍ତି। ନଭେମ୍ବର ମାସର ରିପୋର୍ଟ କହୁଛି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲର ମାସରେ ୨.୫ ମିଲିୟନ୍ ଗ୍ରାହକ ଯୋଡିଥିବାବେଳେ ଭୋଡାଫୋନ୍ ଆଇଡିଆ ୧.୮୩ ନିୟୁତ ଗ୍ରାହକଙ୍କୁ ହରାଇଛି।

ବିଭିନ୍ନ କାରଣରୁ ଭୋଡାଫୋନ୍ ଆଇଡିଆ ଆର୍ଥିକ ସମସ୍ୟାର ସାମ୍ନା କରୁଛି। କମ୍ପାନୀ ଟାୱାର କମ୍ପାନୀକୁ ଦେୟ ସଫା କରିବାରେ ସକ୍ଷମ ହୋଇ ନାହିଁ। ଏହା ସହିତ ସରକାର ଲାଇସେନ୍ସ ଫିର ମାତ୍ର ୧୦ ପ୍ରତିଶତ ମଧ୍ୟ ଦେବାକୁ ସକ୍ଷମ ହୋଇଛନ୍ତି। ଏହି ସମୟରେ, ଏହି କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଅଟକାଇବାରେ ବିଫଳ ହୋଇଛି। ନଭେମ୍ବର ମାସରେ ୧୮.୨୭ ଲକ୍ଷ ଗ୍ରାହକ ନେଟଓ୍ୱର୍କ ଛାଡିଛନ୍ତି। ଏହାପରେ କମ୍ପାନୀର ମୋଟ୍ ଗ୍ରାହକ ୨୪.୩୭ କୋଟିକୁ ଖସିଛି।

ସେପଟେ ରିଲାଏନ୍ସ ଜିଓ ନଭେମ୍ବରରେ ୧୪.୨୬ ଲକ୍ଷ ଗ୍ରାହକ ଯୋଡି ବଜାରରେ ଏକ ନମ୍ବର ମୋବାଇଲ କମ୍ପାନୀ ଭାବେ ସ୍ଥାନ ବଜାଇ ରଖିଛି। ସେହିପରି ଏୟାରଟେଲ ୧୦.୫୬ ଲକ୍ଷ ଗ୍ରାହକ ଯୋଡି ଦ୍ବିତୀୟ ସର୍ବବୃହତ କମ୍ପାନୀ ଭାବେ ରହିଛି। ନଭେମ୍ବର ୨୦୨୨ ଶେଷରେ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୨.୨୮ କୋଟି ଥିଲା। ଗତ ମାସରେ ଏହି ସଂଖ୍ୟା ୪୨.୧୩ କୋଟି ଥିଲା। ନଭେମ୍ବରରେ ଭାରତ ଏୟାରଟେଲର ଗ୍ରାହକ ୩୬.୬୦ କୋଟିକୁ ବୃଦ୍ଧି ପାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ୫ଜି ସେବା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସହରରେ ଧୀରେ ଧୀରେ ୫ଜି ସେବା ପ୍ରଦାନ କରୁଛନ୍ତି ଏହି ଦୁଇ କମ୍ପାନୀ। ସ୍ପୀଡ ଇଂଟରନେଟର ମଜା ନେବାକୁ ଅନେକ ଏବେ ନେଟଓ୍ୱର୍କ ବଦଳାଉଛନ୍ତି। କାରଣ ଏବେ କିଛି ସେଭଲି ୫ଜି ପ୍ୟାକ ବଜାରକୁ ଆସି ନାହିଁ ତେଣୁ ୪ଜି ପ୍ୟାକରେ ୫ଜି ମଜା ନେଉଛନ୍ତି। କିନ୍ତୁ ଭୋଡାଫୋନ୍ ୫ଜି ସେବା ଆରମ୍ଭ କରିନାହିଁ। ତେଣୁ ଗ୍ରାହକମାନେ ଏବେ ଭୋଡା ପ୍ରତି ବିମୁଖ ହେଉଥିବା ସୂଚନା ରହିଛି।

 

 

Leave A Reply

Your email address will not be published.